ନବରଙ୍ଗପୁର ଏଟିଏମ ଲୁଟ ଘଟଣାରେ ୫ ଆନ୍ତଃରାଜ୍ୟ ଲୁଟେରା ଗିରଫ

ନବରଙ୍ଗପୁର ଏଟିଏମ ଲୁଟ ଘଟଣାରେ ୫ ଆନ୍ତଃରାଜ୍ୟ ଲୁଟେରା ଗିରଫ। ଜବତ ହେଲା ପ୍ରାୟ ୧୬ଲକ୍ଷ ଟଙ୍କା। ଏହା ସହ ଏଟିଏମ ଲୁଟରେ ବ୍ୟବହୃତ କାର, ଗୋଟିଏ ଦେଶୀ ପିସ୍ତଲ ଓ ୪ଟି ମୋବାଇଲ ମଧ୍ୟ ଜବତ କରିଛି ପୋଲିସ ।

ନବରଙ୍ଗପୁର ଏଟିଏମ ଲୁଟ ଘଟଣାରେ ୫ ଆନ୍ତଃରାଜ୍ୟ ଲୁଟେରା ଗିରଫ। ଜବତ ହେଲା ପ୍ରାୟ ୧୬ଲକ୍ଷ ଟଙ୍କା। ଏହା ସହ ଏଟିଏମ ଲୁଟରେ ବ୍ୟବହୃତ କାର, ଗୋଟିଏ ଦେଶୀ ପିସ୍ତଲ ଓ ୪ଟି ମୋବାଇଲ ମଧ୍ୟ ଜବତ କରିଛି ପୋଲିସ । ହାଇଦ୍ରାବାଦ ସ୍ଥିତ ଏସବିଆଇ ହେଡକ୍ୱାର୍ଟର ଆଇଭିଆରଏସ ତରଫରୁ ରାତି ତିନିଟାରେ ନବରଙ୍ଗପୁର ବ୍ଲକ କାର୍ଯ୍ୟାଳୟ ପାଖରେ ଥିବା ଏସବିଆଇ ଏଟିଏମ ରୁ ଡକାୟତି ନେଇ ଟାଉନ ଥାନା ଆଇଆଇସିଙ୍କୁ ଫୋନରେ ସୁଚନା ମିଳିଥିଲା ।

ଏହାପରେ ଏସପିଙ୍କ ନିର୍ଦ୍ଦେଶକ୍ରମେ ସାରା ଜିଲ୍ଲାକୁ ନାକା ବନ୍ଦୀ କରାଯାଇଥିଲା । ଲୁଟେରା ଙ୍କ ପିଛା କରିଥଲେ ପୋଲିସ । ଲୁଟେରା ମାନେ ଲୁଟ୍ ସ୍ଥାନରୁ ତିରିଶି କିଲୋମିଟର ଦୂର ଡାବୁଗାଁ ନିକଟ ଜଙ୍ଗଲ ରେ ଗାଡ଼ି ଛାଡ଼ି ଲୁଚି ଯାଇଥିଲେ । ଜଙ୍ଗଲରେ ସର୍ଚ୍ଚ ଅପରେସନ କରି୫ ଜଣ ଙ୍କୁ ଗିରଫ କରିବା ରେ ପୋଲିସ ସକ୍ଷମ ହୋଇଛି ।

ଏମାନଙ୍କ ମଧ୍ୟରୁ ଚାରିଜଣ ଦୁର୍ବୃତ୍ତ ହରିୟାଣାର ଓ ଅନ୍ୟ ଜଣକ ଘର ଛତିଶଗଡ଼ର ରାୟପୁର ଅଞ୍ଚଳରେ ବୋଲି ସୂଚନା ମିଳିଛି । ଏଟିଏମରେ ୧୯ଲକ୍ଷ୫୦ ହଜାର ୧୦୦ ଟଙ୍କା ରହିଥିବା ବେଳେ ସେଥିମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୧୫ ଲକ୍ଷ ୯୭ ହଜାର ୨୦୦ ଟଙ୍କା ଜବତ କରାଯାଇଛି । ଏଥିସହ କିଛି ପୋଡିଯାଇଥିବା ଟଙ୍କା ମଧ୍ୟ ଜବତ ହୋଇଛି । ଏସବିଆଇ ଶାଖା ର ତଥ୍ୟ ଅନୁସାରେ ଏଟିଏମ ମଧ୍ୟରେ ୩୭୧୪ ଟି ୫୦୦ ଟଙ୍କିଆ ଓ ୯୩୧ ଟି ୧୦୦ ଟଙ୍କିଆ ନୋଟ ରହିଥିବା ସୂଚନା ମିଳିଛି ।