ଯାତ୍ରୀବାହୀ ଘରୋଇ ବସ୍‌କୁ ୫ ଲକ୍ଷ ଜରିମାନା

ପରିବହନ ଆଇନ ଉଲ୍ଲଂଘନ ଅଭିଯୋଗରେ ମୋଟ ୪ ଲକ୍ଷ ୯୮ ହଜାର ୭୬୪ ଟଙ୍କା ଜରିମାନା କରିଛନ୍ତି । ସିଂହବାହିନୀ ନାମକ ଏକ ଘରୋଇ ବସକୁ ଫାଇନ୍‌ କରିଛନ୍ତି ତାଳଚେର ପରିବହନ ଅଧିକାରୀ ।

ଅନୁଗୋଳ(କେନ୍ୟୁଜ୍): ଯାତ୍ରୀବାହୀ ଘରୋଇ ବସ୍‌କୁ ୫ ଲକ୍ଷ ଜରିମାନା। ପରିବହନ ଆଇନ ଉଲ୍ଲଂଘନ ଅଭିଯୋଗରେ ମୋଟ ୪ ଲକ୍ଷ ୯୮ ହଜାର ୭୬୪ ଟଙ୍କା ଜରିମାନା କରିଛନ୍ତି। ସିଂହବାହିନୀ ନାମକ ଏକ ଘରୋଇ ବସକୁ ଫାଇନ୍‌ କରିଛନ୍ତି ତାଳଚେର ପରିବହନ ଅଧିକାରୀ । ୧୯୨(କ) ଅନୁଯାୟୀ ପରମିଟ ନଥାଇ ଗାଡି ଚଳାଇବା ପାଇଁ ୧୦ ହଜାର , ଟ୍ୟାକ୍ସ ବାବଦକୁ ବକେୟା ପାଇଁ ୪ ଲକ୍ଷ ୮୮ ହଜାର ୭୬୪ ଟଙ୍କାର ଫାଇନ୍‌ କଟାଯାଇଛି ।

ଜରିମାନା ସହ ବସଟିକୁ ପାଲଲହଡା ଥାନା ଜିମା ଦିଆଯାଇଛି । ସୁଚନା ଅନୁସାରେ ଦୀର୍ଘଦିନରୁ ଏହି ବସ୍‌ଟି ପରିବହନ ଆଇନ ଉଲଘଂନ କରି ଆସୁଥିବା ବେଳେ ନୂତନ ମୋଟର ଯାନ ଆଇନ ଅନୁଯାୟୀ ଫାଇନ କଟାଯାଇଥିବା ତାଳଚେର ଆରଟିଓ ସୂଚନା ଦେଇଛନ୍ତି । ବସ୍‌ଟି ଖମାରରୁ କୋଲକାତା ଯାଉଥିଲା।