ପୁରୀ ହାଜତ ମୃତ୍ୟୁ ମାମଲା: କେ.ରମେଶଙ୍କ ପରିବାରକୁ ୫ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ, ଆସନ୍ତା ୧୪ରେ ପରବର୍ତ୍ତୀ ଶୁଣାଣି

ପୁରୀ : ପୁରୀ ହାଜତ ମୃତ୍ୟୁ ମାମଲାରେ କେ. ରମେଶଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଦିଆଯାଇଛି । ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କ ଦ୍ୱାରା ତଦନ୍ତ ଚାଲିଛି । ଆଗକୁ NHRC ଯାହା ନିର୍ଦ୍ଦେଶ ଦେବେ ମାନିବୁ । ଏନେଇ ହାଇକୋର୍ଟରେ ଜବାବ ରଖିଛନ୍ତି ରାଜ୍ୟ ସରକାର । ଆସନ୍ତା ଡିସେମ୍ବର ୧୪ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।

ପୂର୍ବ ଶୁଣାଣି ସମୟରେ ମୃତକଙ୍କ ବାପାମାଆଙ୍କୁ ଖୋଜି ଠାବ କରିବା ସହ ସେମାନଙ୍କୁ ତୁରନ୍ତ ମଧ୍ୟବର୍ତ୍ତୀକାଳୀନ କ୍ଷତିପୂରଣ ଦେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଏହାସହ ଏନଏଚଆରସି ଗାଇଡଲାଇନ କଣ ରହିଛି ସେ ସଂପର୍କରେ ଅଦଲାତରେ ତଥ୍ୟ ରଖିବାକୁ କହିଥିଲେ । ଏସ୍‌ପି ଦାଖଲ କରିଥିବା ଜବବାର ପ୍ରତିଜବାବ ଦାକଳ କରିବାକୁ ଆବେଦନକାରୀଙ୍କୁ କହିଥିଲେ ହାଇକୋର୍ଟ । ପୁରୀର ଆଇନଜୀବୀ ଶରତ କୁମାର ରାୟଗୁରୁଙ୍କ ଦାୟର ଜନସ୍ୱାର୍ଥ ମାମଲାର ଶୁଣାଣି କରି ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.