ମାହାଙ୍ଗା ହତ୍ୟାକାଣ୍ଡ ଘଟଣା : ଜାଣନ୍ତୁ କେମିତି ସାନଭାଇ ରଚିଥିଲା ମର୍ଡର ପ୍ଲଟ୍‌ ?

ମାହାଙ୍ଗା(କେନ୍ୟୁଜ୍): ସମ୍ପତ୍ତି ପାଇଁ ଫିକା ପଡ଼ିଲା ରକ୍ତ ସମ୍ପର୍କ । ସୈତାନ ସାଜିଲା ସାନ ଭାଇ । ବଡ଼ଭାଇର ପୂରା ପରିବାରକୁ ନିପାତ କରିଦେଲା । ମାହାଙ୍ଗା କୁସୁମପୁର ଗାଁରେ ଘଟିଛି ଏଭଳି ଲୋମଟାଙ୍କୁରା ହତ୍ୟାକାଣ୍ଡ । ବଡ଼ ଭାଇ ଘରେ ଶୋଇଥିବା ବେଳେ କଟୁରୀରେ ୫ ଜଣଙ୍କୁ ହାଣି ରକ୍ତର ହୋଲି ଖେଳିଛି ସାନ ଭାଇ । ବଡ଼ଭାଇ ଅଲେଖ ସାହୁ, ଭାଉଜ ରଶ୍ମି ସାହୁ, ଦୁଇ ପୁତୁରା ଓ ଜଣେ ଝିଆରିକୁ ହତ୍ୟା କରିଛି ।

ଘଟଣାସ୍ଥଳରୁ କଟୁରୀ ଜବତ କରିଛି ପୋଲିସ । ହତ୍ୟା ପରେ ନିଜେ ଭିଡିଓ କରି ନିଜ ମୁହଁରେ ଅଭିଯୁକ୍ତ ବଖାଣିଛି ହତ୍ୟାର କାହାଣୀ । ସୋମବାର ବିଳମ୍ବିତ ରାତି ପ୍ରାୟ ସାଢ଼େ ୧୧ଟାରେ ବଡ଼ ଭାଇ ଅଲେଖ ସାହୁଙ୍କ ପରିବାର ସହ ଶିବ ପ୍ରସାଦର ପ୍ରବଳ ଝଗଡ଼ା ହୋଇଥିଲା । ଶୋଇଥିବା ଅବସ୍ଥାରେ ପ୍ରଥମେ ବଡ଼ଭାଇ ଅଲେଖଙ୍କୁ କଟୁରୀରେ ହାଣିଥିଲା ଅଭିଯୁକ୍ତ ସାନ ଭାଇ । ପରେ ଜଣ ଜଣ କରି ୫ ଜଣଙ୍କୁ ହତ୍ୟା କରିଥିଲା ।

୨୦ ବର୍ଷ ଧରି ଶିବ ପ୍ରସାଦ ଓ ଅଲେଖଙ୍କ ଭିତରେ ଜମିଜମା ବିବାଦ ଲାଗି ରହିଥିଲା । ଯେଉଁଥି ପାଇଁ ବିଭିନ୍ନ ସମୟରେ ଲାଗି ରହୁଥିଲା ଝଗଡ଼ା । ଗତକାଲି ରାତିରେ ତାହା ଉଗ୍ରରୂପ ନେଇଥିଲା । ଆଉ ରକ୍ତ ସଂପର୍କରେ ରକ୍ତ ବୋହିଥିଲା । ପୁରୁଣା ବିବାଦ ଶେଷରେ ୫ ଜଣଙ୍କ ଜୀବନ ନେଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.