ସୀମା ଟପିଲା ପାରିବାରିକ କଳହ: ବଡ ଭାଇର ପରିବାରକୁ ମାରି ପଦାକଲା ସାନ ଭାଇ, ଘର ଭିତରେ ୫ ମୃତଦେହ

ମାହାଙ୍ଗା(କେନ୍ୟୁଜ୍): ସୀମା ଟପିଲା ପାରିବାରିକ କଳହ। ରକ୍ତ ଭୁଲିଗଲା ରକ୍ତ ସମ୍ପର୍କ। ବଡ ଭାଇ ପରିବାରର ସବୁ ସଦସ୍ଯଙ୍କୁ ମାରି ହତ୍ଯା କଲା ସାନ ଭାଇ। ମାହାଙ୍ଗା କୁସୁପୁରରେ ଏହି ଲୋମଟାଙ୍କୁରା, ନରକୀୟ ହତ୍ୟାକାଣ୍ଡ ଘଟିଛି । କୁସୁପୁର ପଞ୍ଚାୟତର କୁସୁପୁର ଗାଁରେ ଅଭିଯୁକ୍ତ ସାନ ଭାଇ ଶିବ ସାହୁ ତାଙ୍କ ବଡ଼ଭାଇ ଅଲେଖ ସାହୁ, ଭାଉଜ ରଶ୍ମି ସାହୁ, ଦୁଇ ପୁତୁରା ଓ ଜଣେ ଝିଆରିକୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଗତକାଲି ବିଳମ୍ବିତ ରାତିରେ ଘଟିଛି ଏହି ଲୋମଟାଙ୍କୁରା ନରସଂହାର । ଜମିବାଡ଼ି ବିବାଦକୁ ନେଇ ଦୁଇ ଭାଇ ପରିବାର ଭିତରେ ବହୁ ଦିନ ହେଲା ବିବାଦ ଲାଗି ରହିଥିଲା ।

ଗତକାଲି ରାତିରେ ଏହା ଉଗ୍ରରୂପ ନେଇଥିଲା । ବିଳମ୍ବିତ ସାନଭାଇର ଅତର୍କିତ ଆକ୍ରମଣରେ ବଡ଼ ଭାଇ ପରିବାରର ୫ ଜଣଙ୍କ ମୃତ୍ୟୁ ଘଟିଛି । ଘର ଭିତରେ ପଡ଼ିରହିଛି ସମସ୍ତଙ୍କ ମୃତଦେହ । ହତ୍ୟା ପରେ ଭିଡିଓ କରି ୫ ଜଣଙ୍କୁ ମାରିଥିବା ସ୍ୱୀକାର କରିଛି ଅଭିଯୁକ୍ତ ସାନ ଭାଇ ଶିବ ସାହୁ । ଭିଡିଓ ଭାଇରାଲ ପରେ ସାମ୍ନାକୁ ଆସିଲା ଘଟଣା । ପାରିବାରିକ କଳହରୁ ଭାଇ ସହ ତିକ୍ତତା ଲାଗିରହୁଥିଲା । ସେମାନେ ମତେ ବହୁତ ହଇରାଣ କରୁଥିଲେ ।

ଗତକାଲି ରାତିରେ ଭାଇ, ଭାଉଜ ଓ ତାଙ୍କ ପୁଅଝିଅ ମିଶି ମତେ ମାରିଲେ । ତେଣୁ ମାନସିକ ସ୍ଥିତି ହରାଇ ସେମାନଙ୍କୁ ଜୀବନରୁ ମାରିଦେଇଛି ବୋଲି କହିଛି ଅଭିଯୁକ୍ତ ସାନଭାଇ । ହତ୍ୟା ପରେ ଘରେ ତାଲା ପକାଇ ବାଲିଚନ୍ଦ୍ରପୁର ଥାନାରେ ଆତ୍ମସମର୍ପଣ କରିଛି ଅଭିଯୁକ୍ତ ଶିବ ସାହୁ । ଘଟଣାସ୍ଥଳରେ ମାହାଙ୍ଗା ଥାନା ପୋଲିସ ଓ ସାଲେପୁର SDPO ପହଞ୍ଚି ତଦନ୍ତ କରୁଛନ୍ତି। ତହସିଲଦାରଙ୍କ ଉପସ୍ଥିତିରେ ଘରର ତାଲା ଭଙ୍ଗା ଯିବା ପରେ ପୋଲିସ ମୃତଦେହକୁ ଜବତ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.