ମଧ୍ୟାହ୍ନ ଭୋଜନ ଖାଇ ୫ ଛାତ୍ରଛାତ୍ରୀ ଗୁରୁତର, ଅସୁସ୍ଥ ସଂଖ୍ୟା ୩୬ରେ ପହଞ୍ଚିଲା
କନ୍ଧମାଳ : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ସିମନବାଡ଼ି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଖାଇ ପ୍ରଥମେ ୨୭ଜଣ ଅସୁସ୍ଥ ହୋଇଥିଲେ । ପ୍ରଧାନ ଶିକ୍ଷକ ବିଦେଶୀ ନାୟକ ଜାଣିବା ପରେ ଅସୁସ୍ଥ ଛାତ୍ରଛାତ୍ରୀଙ୍କୁ ସିମନବାଡ଼ି ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରି ଚିକିତ୍ସା କରିଥିଲେ ।
ଚିକିତ୍ସା ପରେ ସେଥିମଧ୍ୟରୁ 8ଜଣଙ୍କ ସ୍ବାସ୍ଥ୍ୟ ଗୁରୁତର ହେବାରୁ ତାଙ୍କୁ ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି । ହେଲେ ଛାତ୍ରଛାତ୍ରୀଙ୍କ ସ୍ବାସ୍ଥ୍ୟ ଧିରେଧିରେ ଅସୁସ୍ଥ ହେଉଥିବାରୁ ବର୍ତ୍ତମାନ ଯାଏ ସଂଖ୍ୟା ୩୬ରେ ପହଞ୍ଚିଛି । ଯାହା ଛାତ୍ରଛାତ୍ରୀଙ୍କ ସୂଚନା ଯେ ଖାଦ୍ୟ ଖାଇଲାବେଳେ ଖାଦ୍ୟ ଖଟା ଲାଗୁଥିଲା ଏବଂ ଖାଦ୍ୟ ବାସିଥିବା କହିଛନ୍ତି ଛାତ୍ରଛାତ୍ରୀ । ମଧ୍ୟାହ୍ନ ଭୋଜନ ଏକ ମହିଳା ଦଳ ଦାୟିତ୍ଵ ନିର୍ବାହ କରୁଥିବାରୁ ପ୍ରଧାନ ଶିକ୍ଷକ କହିଛନ୍ତି କେଉଁ କାରଣରୁ ଏହିଭଳି ହେଲା ତଦନ୍ତ ପରେ ଜଣା ପଡ଼ିବ ।