‘୫ଟି ନୂଆ ରିସର୍ଟର ରହିଛି ଯୋଜନା’, ରାଜ୍ୟରେ ପର୍ଯ୍ୟଟନ ବିକାଶ

ରାଜ୍ୟରେ ପର୍ଯ୍ୟଟନ ବିକାଶ ପାଇଁ ୭ଟି ନୂଆ ଯୋଜନା କାର୍ଯ୍ୟକାରୀ ହେବ । ଏହି ଯୋଜନାରେ ରହିଛି ୫ଟି ନୂଆ ରିସର୍ଟ । ଗୋଟିଏ ଓ୍ଵାଟର ପାର୍କ,ଗୋଟିଏ ଥିମ୍ ପାର୍କ ନିର୍ମାଣ କରାଯିବ । ଏନେଇ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଆଲୋଚନା କରାଯାଇଛି । ସାତପଡ଼ା, ଉଦୟପୁର, ଗୋପାଳପୁର, ତାମ୍ପରା, ବସନ୍ତପୁର, ରାଉରକେଲା, ତ୍ରିଶୁଳିଆରେ ପ୍ରକଳ୍ପ କାର୍ଯ୍ୟକାରୀ ହେବ । ଏଥିପାଇଁ ବିନିଯୋଗ ହେବ ୩୫୪ କୋଟି ୩୪ ଲକ୍ଷ ଟଙ୍କା ।