ଭୁବନେଶ୍ୱର:ହତ୍ୟାକରୀ ଦୁଇ ଭାଇଙ୍କୁ ମାଡ଼ ଘଟଣାରେ ୫ ଅଟକ, ଗିରଫ ସୁଧୀର ଓ ସାଗରଙ୍କୁ ଆଜି କୋର୍ଟ ଚାଲାଣ କରାଯିବ
ଭୁବନେଶ୍ୱର(କେନ୍ୟୁଜ୍): CRP ଛକ ହତ୍ୟାକାଣ୍ଡ ଘଟଣାରେ ୫ ଅଟକ। ୨ ଅଭିଯୁକ୍ତଙ୍କୁ ମାଡ଼ ଓ PCR ଭ୍ୟାନ ଭଙ୍ଗାରୁଜା କରିଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି । ୫ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ନୟାପଲ୍ଲୀ ଥାନା ପୋଲିସ । ଗଣମାଧ୍ୟମ ଭିଡିଓ ଫୁଟେଜ ଆଧାରରେ ଆକ୍ରମଣକାରୀଙ୍କୁ ଅଟକ ରଖାଯାଇଛି । ଗିରଫ ସୁଧୀର ଓ ସାଗରଙ୍କୁ ଆଜି କୋର୍ଟ ଚାଲାଣ କରାଯିବ । ଗତକାଲି ବିଚ୍ ରାସ୍ତାରେ ଦିନ ଦ୍ୱିପହରେ ଗାଡି ଭିତରେ ଭୁଜାଲୀରେ ହାଣି ହତ୍ୟା କରିଥିଲେ ଦୁଇ ଭାଇ । ସାଗର ଓ ସୁଧୀରକୁ ଆକ୍ରମଣ କରିଥିଲା ଟୁକୁନା । ଏହାପରେ ଦୁଇ ଭାଇ ଟୁକୁନାକୁ କାବୁ କରି ଗାଡ଼ିରେ ବସାଇ ଥାନକୁ ନେଉଥିଲେ । ଏ ସମୟରେ ଟୁକୁନା ଛୁରୀରେ ସାଗରକୁ ଆକ୍ରମଣ କଲା ।
ପ୍ରତିଆକ୍ରମଣ କରି ସୁଧୀର ଓ ସାଗର ଟୁକୁନାକୁ ତାରି ଛୁରୀରେ ତାକୁ ହତ୍ୟା କରିଥିଲେ । ଟୁକୁନା ନାଁରେ ପୂର୍ବରୁ ମାମଲା ଅଛି । ସେ ଏବେ ବେଲ୍ରେ ଥିଲା । ବର୍ତ୍ତମାନ ହତ୍ୟାକାଣ୍ଡରେ ତିନିଟି କେଶ ହୋଇଛି । ଗୋଟିଏ ସାଗର ଓ ସୁଧୀରକୁ ଟୁକୁନାର ଆକ୍ରମଣ, ଦ୍ୱିତୀୟଟି ସୁଧିର ଓ ସାଗରଙ୍କ ଦ୍ୱାରା ଟୁକୁନାକୁ ହତ୍ୟା ଏବଂ ଉତ୍ତ୍ୟକ୍ତ ଲୋକେ ପ୍ଲାଷ୍ଟିକ ପାଇପରେ ସୁଧିର ଓ ସାଗରକୁ ଆକ୍ରମଣ ଏବଂ ପୋଲିସ ଗାଡ଼ି ଭଙ୍ଗାରୁଜା ନେଇ ମାମଲା ହୋଇଛି ।
ଅନ୍ୟପଟେ ଟୁକୁନା ବ୍ଲାକମେଲ କରୁଥିବା କହିଛନ୍ତି ଅଭିଯୁକ୍ତ ସୁଧୀରଙ୍କ ଭଉଣୀ । ବିଭିନ୍ନ ସମୟରେ ଟଙ୍କା ମାଗୁଥିଲା ଟୁକୁନା । ବ୍ଲାକମେଲ କରି ହଜାର ହଜାର ଟଙ୍କା ମଧ୍ୟ ନେଇଥିଲା । ଛୋଟ ଛୋଟ କଥାରେ ଖଣ୍ଡାରେ ଆକ୍ରମଣ କରୁଥିଲା । ଟୁକୁନା ଭଉଣୀ ଓ ସୁଧୀର ସମ୍ପର୍କକୁ ଖଣ୍ଡନ କରିଛନ୍ତି ଭଉଣୀ । ଟୁକୁନା ଭଉଣୀ ସହ ସୁଧୀରର କିଛି ସମ୍ପର୍କ ନଥିଲା, କେବଳ ଗୁଜବ ଥିଲା । ଏହା ପୂର୍ବରୁ ଅନେକ ଥର ଟୁକୁନା ଆକ୍ରମଣ କରିଥିଲା । ଦୁଇ ପରିବାର ସାମନା ସାମନି ରହୁଥିଲେ । ବହୁ ଦିନରୁ ଦୁଇ ପରିବାର ମଧ୍ୟରେ ଝଗଡ଼ା ଲାଗି ରହିଥିଲା ବୋଲି କହିଛନ୍ତି ସୁଧୀର ଓ ସାଗରଙ୍କ ମା’ ଓ ଭଉଣୀ ।