ପିପିଲି: ମାଛ ଧରାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ବୋମାମାଡ଼, ୫ରୁ ଅଧିକ ଆହତ

ପିପିଲି(କେନ୍ୟୁଜ୍):  ମାଛ ଧରାକୁ କେନ୍ଦ୍ର କରି  ଦୁଇ ଗୋଷ୍ଠୀ ମଧ୍ୟରେ ଗୋଷ୍ଠୀସଂଘର୍ଷ ଘଟି ବୋମାମାଡ଼ ହୋଇଛି। ଘଟଣା ଘଟିଛି ପୁରୀ ଜ଼ିଲ୍ଲା କଣାସ ବ୍ଲକ୍ ଗଡ଼ିଶାଗୋଦା ଥାନା ଅନ୍ତର୍ଗତ ନଈକୁଳ ପାଟଣା ଓ ଜାଗୁଳାଇ ପଦର ଗ୍ରାମବାସୀଙ୍କ ମଧ୍ୟରେ। ଏହି ଘଟଣାରେ ପାଞ୍ଚ  ଜଣ ଆହତ ହୋଇଥିବା ବେଳେ ପୋଲିସ ସେମାନଙ୍କୁ ଚିକିତ୍ସା ପାଇଁ କଣାସ ଡାକ୍ତରଖାନାକୁ  ପଠାଇଛି ।

କିଛି ଲୋକଙ୍କ  ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ପୁରୀ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।  ଘଟଣା ସ୍ଥଳରେ ଉତ୍ତେଜନା ଥିବାରୁ ଗଡ଼ିଶାଗଦା ଥାନା ଅଧିକାରୀ ନିଜେ ରହିବା ସହିତ ଦୁଇ ପ୍ଲାଟୁନ ପୋଲିସ ମୁତୟନ କରି ଜଗି ରହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.