ଭାରସାମ୍ୟ ହରାଇ ଓଲଟିଲା ପିକ୍ଅପ୍ ଭ୍ୟାନ୍, ୫ ଗୁରୁତର ଓ ୧୦ ଆହତ
କେନ୍ଦୁଝର (କେନ୍ୟୁଜ୍) : ବାଂଶପାଳ ଗୁଣ୍ଡୁଳା ଘାଟିରେ ଭାରସାମ୍ୟ ହରାଇ ଓଲଟି ପଡ଼ିଲା ପିକ୍ଅପ୍ ଭ୍ୟାନ୍ । ଦେବଗଡ଼ ନିକଟସ୍ଥ ମଦଳିଆ ନିକଟରୁ ଦାଣ୍ଡ ନାଚ କରିବାକୁ ଏକ ୧୬ ଜଣିଆ ଦଳ ବିରିକଳା ଯାଇଥିଲେ । ଏହି ସମୟରେ ଭ୍ୟାନ୍ ଓଲଟି ପଡ଼ିଥିଲା । ୫ ଜଣ ଗୁରୁତର ହୋଇଥିବା ବେଳେ ୧୦ ଜଣ ଆହତ ହୋଇଛନ୍ତି । ଆହତଙ୍କୁ ବାଂସପାଳ ଓ ଗୁରୁତରଙ୍କୁ କେନ୍ଦୁଝର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।