ରାଜ୍ୟ

ଜଳୁଛି ଶିମିଳିପାଳ ଅଭୟାରଣ୍ୟ: ବିପଦରେ ଜୀବଜନ୍ତୁ, ୫ ଜଣକୁ ଗିରଫ କଲା ବନ ବିଭାଗ

କରଞ୍ଜିଆ(କେନ୍ୟୁଜ): ଜଳୁଛି ଶିମିଳିପାଳ ଅଭୟାରଣ୍ୟ। ଜୀବଜନ୍ତୁ ବିପଦରେ । ଗତ ଦୁଇ ତିନି ଦିନ ହେବ ଶିମିଳିପାଳ ଅଭୟାରଣ୍ୟରେ ନିଆଁ ଲାଗିବା ଫଳରେ ଏବେ ବିପଦରେ ଶିମିଳିପାଳ । ଶିମିଳିପାଳ ପାଖରେ ଥିବା ବିଭିନ୍ନ ଛୋଟ ମୋଟ ଜଙ୍ଗଲ ସହ ଶିମିଳିପାଳର ଚୋହଲା ଓ ତାଳବନ୍ଧ ଅଞ୍ଚଳର ୭ଟି ସ୍ଥାନରେ ନିଆଁ ଲାଗିଥିବା ଫରେଷ୍ଟ ସର୍ଭେ ଅଫ୍‌ ଇଣ୍ଡିଆ ସୂଚନା ଦେଇଛନ୍ତି। ନିଆଁ ଏତେ ଭୟଙ୍କର ଭାବେ ମାଡିଯାଉଛି ଯେ ଆଖପାଖ ଅଞ୍ଚଳର ଲୋକ ଏବେ ଆତଙ୍କିତ ଅବସ୍ଥାରେ ରହୁଥିବା ଜଣାପଡିଛି।

ନିଆଁକୁ ଆୟତ୍ତ କରିବା ପାଇଁ ବନ କର୍ମଚାରୀ ନାକେଦମ୍‌ ହେଲାଣି। ନିଆଁ ଲାଗିବା ଦ୍ୱାରା ବହୁ ଔଷଧୀୟ ଗଛ ନଷ୍ଟ ହେବା ସହ ବହୁ କୀଟପତଙ୍ଗ ମଧ୍ୟ ପୋଡି ନଷ୍ଟ ହୋଇ ଯାଉଛନ୍ତି। ନିଆଁକୁ ଆୟତ୍ତ କରିପାରିନି ବନ ବିଭାଗ। ଶିମିଳିପାଳ ଅଭୟାରଣ୍ୟର ନଅଣା ରେଞ୍ଜ ଅଧୀନରେ ଥିବା ଶିମିଳିପାଳ ଜଙ୍ଗଲରେ ନିଆଁ ଲଗାଉଥିବା ବେଳେ ୫ ଜଣକୁ ଗିରଫ କରିଛି ବନଭିଭାଗ । ଏମାନେ ନିଆଁ ଲଗାଇ ବନ୍ୟଜନ୍ତୁ ଶିକାର କରିବାର ଯୋଜନା କରୁଥିବା ଅଭିଯୋଗ ହୋଇଛି।

 

Sonalisa

Recent Posts

କେରଳ ନୁହେଁ ଏବେ ‘କେରଳମ୍‌’…ବଦଳିପାରେ ରାଜ୍ୟର ନାଁ, ବିଧାନସଭାରେ ପାରିତ ହେଲା ପ୍ରସ୍ତାବ

ଭାରତର ଦକ୍ଷିଣ ରାଜ୍ୟ କେରଳର ନାଁ ବହୁତ ଜଲ୍‌ଦି ବଦଳିପାରେ । କେରଳ ବିଧାନସଭା ସୋମବାର ସର୍ବସମ୍ମତିକ୍ରମେ ଏକ ପ୍ରସ୍ତାବ…

13 mins ago

ସୁଭଦ୍ରା ଯୋଜନାରେ ହେଉଥିବା ଗୁଜବକୁ ବିଶ୍ବାସ କରନ୍ତୁ ନାହିଁ: ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ସୁଭଦ୍ରା ଯୋଜନାରେ ହେଉଥିବା ଗୁଜବକୁ ବିଶ୍ବାସ କରନ୍ତୁ ନାହିଁ । ଯୋଜନା ଉପରେ କୌଣସି ଭୁଲ ଖବର…

15 mins ago

କାନ୍ଦି କାନ୍ଦି ବେହୋସ ହେଲା କୁନି ଝିଅ, ଉଚିତ ସମୟରେ ସିପିଆର ଦେଇ ଜୀବନ ବଞ୍ଚାଇଲେ ଡାକ୍ତର

ତାଜ ମହଲ ଦେଖିବାକୁ ଆସି ଜୀବନ ମୃତ୍ୟୁ ସହ ସଂଘର୍ଷ କଲା କୁନି ଝିଅ । ବାପା ମା’ଙ୍କ ସହ…

19 mins ago

ଲକ୍ଷ୍ମୀ ବସ୍ ସେବା ନେଇ ଲୋକଙ୍କ ମଧ୍ୟରେ ଦ୍ବନ୍ଦ୍ବ, ଲୋକେ କହୁଛନ୍ତି ବସ୍ ନାଁ ରହୁ କି ନ ରହୁ ସେବା ଜାରି ରହୁ

ମାଲକାନଗିରି : ଉପାନ୍ତ ମାଲକାନଗିରି ଜିଲ୍ଲାରେ ଗରିବ ଆଦିବାସୀ ଲୋକଙ୍କ ଯାତାୟାତର ଏବଂ ଆର୍ଥିକ ଉର୍ଣ୍ଣତି ପାଇଁ ଗତ ରାଜ୍ୟ…

20 mins ago

ବିମାନରେ ବସି ଯାତ୍ରା କରୁଥିଲେ ଯାତ୍ରୀ, କିନ୍ତୁ ଯାତ୍ରୀଙ୍କ ନାକ କାନରୁ ବାହାରିଲା ରକ୍ତ

ବିମାନରେ ବସି ଯାତ୍ରା କରୁଥିଲେ ଯାତ୍ରୀ । ହେଲେ ହଠାତ୍‌ ଯାତ୍ରୀଙ୍କ ନାକରୁ ରକ୍ତ ବାହାରିବା ସହ କାନରେ ଯନ୍ତ୍ରଣା…

25 mins ago

ଗ୍ରୁପରୁ ଋଣ ଉଠାଇ ଫେରାର୍, ଅଭିଯୁକ୍ତ ଘରେ ତାଲା ପକାଇଲେ ଗାଁର ମହିଳା

କଣ୍ଟାବାଞ୍ଜି: ଟଙ୍କା ନେଇ ଛୁ ମାରିଲେ, ହେଲେ ଚୁପ୍ ବସିଲେନି ଗାଁର ମହିଳାମାନେ । ସିଧା ଘରକୁ ଗଲେ ଆଉ…

33 mins ago