ରାଜ୍ୟ

ପାହାଡରେ ସୁଡ଼ଙ୍ଗ କରି ଲୋକଙ୍କୁ ଦିଆଯିବ ପାଣି, ଛେଳିଗଡ ଜଳସେଚନ ପ୍ରକଳ୍ପ ଖୁବ ଶୀଘ୍ର ଆରମ୍ଭ କରିବାକୁ ୫-ଟି ସଚିବଙ୍କ ପରାମର୍ଶ

ଗଜପତି(କେନ୍ୟୁଜ୍): ଦୁଇ ଦିନିଆ ଗଜପତି ଜିଲ୍ଲା ଗସ୍ତରେ 5T ସଚିବ ଭି. କେ ପାଣ୍ଡିଆନ । ଗଜପତି ଜିଲ୍ଲା ଛେଳିଗଡ଼ ଜଳସେଚନ ପ୍ରକଳ୍ପ ପରିଦର୍ଶନ କଲେ 5T ସଚିବ ଭି.କେ ପାଣ୍ଡିଆନ । ଟନେଲ ନିକଟରେ ପହଂଚି ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ଜଳସମ୍ପଦ ବିଭାଗର ଉଚ୍ଚ ପଦସ୍ଥ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ଏହାପରେ ପ୍ରକଳ୍ପ ନିକଟରେ ଏକ ସାଧାରଣ ସଭାରେ ଯୋଗଦେଇଥିଲେ 5T ସଚିବ। ପ୍ରକଳ୍ପ ଦ୍ୱାରା ବିସ୍ଥାପନ ହେବାକୁ ଥିବା ବିସ୍ଥାପିତଙ୍କ ସହ ଆଲୋଚନା କରିଥିଲେ । ଏହି ପ୍ରକଳ୍ପ ହେଲେ ଜଳ ସେଚନ ଆହୁରି ବ୍ୟାପକ ହୋଇପାରିବ, ଯେଉଁ ବିସ୍ଥାପିତଙ୍କ ସମସ୍ୟା ରହିଛି ଶୀଘ୍ର ଏହାର ସମାଧାନ ପାଇଁ ଉଦ୍ୟମ କରାଯିବ ବୋଲି କହିଛନ୍ତି। ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ପ୍ୟାକେଜ ଘୋଷଣା କରିବେ ବୋଲି କହିଛନ୍ତି 5T ସଚିବ।

ଛେଳିଗଡ଼ ପ୍ରକଳ୍ପ ପରିଦର୍ଶନ ପରେ ଗୁମ୍ମା ଗସ୍ତ କରିଛନ୍ତି ଭି.କେ ପାଣ୍ଡିଆନ୍‌। ଗୁମ୍ମା ବ୍ଲକରେ ପହଞ୍ଚି ବିଭିନ୍ନ ବିକାଶ କାମର ସମୀକ୍ଷା କରିଛନ୍ତି। ହେଲିକ୍ୟାପ୍ଟରରେ ଚନ୍ଦ୍ରଗିରି ଜିରାଙ୍ଗରୁ ଗୁମ୍ମା ମିନି ଷ୍ଟାଡିୟମରେ ଅସ୍ଥାୟୀ ହେଲିପ୍ୟାଡ୍‌ରେ ଅବତରଣ କରିଥିଲେ। ପ୍ରଥମେ ଗୁମ୍ମା ଫାଇଭ୍‌ଟି ବିଦ୍ୟାଳୟ ପରିଦର୍ଶନ କରିଥିଲେ । ପରେ ଗୁମ୍ମାର ପନିପରିବା ଶୀତଳୀକରଣ ପ୍ରକଳ୍ପ, ଗ୍ରାମୀଣ ହାଟ, ବସଷ୍ଟାଣ୍ଡ ପରିଦର୍ଶନ କରିବା ସହ ଉପସ୍ଥିତ ଜନସାଧାରଣଙ୍କୁ ଭେଟିଥିଲେ।

ଲୋକଙ୍କ ଅଭିଯୋଗ ପତ୍ର ଗୁଡିକ ଗ୍ରହଣ କରି ସମାଧାନ ତୁରନ୍ତ ହେବ ବୋଲି କହିଥିଲେ। ପାରଳାଖେମୁଣ୍ଡି, ଗୋଷାଣୀରେ ବିଭିନ୍ନ ଉନ୍ନତିମୂଳକ କାମର ସମୀକ୍ଷା କରିବା ପାଇଁ 5T ସଚିବ ପାରଳାଖେମୁଣ୍ଡି ସ୍ଥିତ ବେତାଗୁଡା ରିଜର୍ଭପଡିଆକୁ ଯାଇଛନ୍ତି। ତା ସହ ବ୍ଲକର ବିଭିନ୍ନ ବିକାଶ କାମର ସମୀକ୍ଷା କରୁଛନ୍ତି।

KNews Bureau

Recent Posts

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

7 mins ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

13 mins ago

ବାଲେଶ୍ଵରରେ ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର

ବାଲେଶ୍ଵର: ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର । ବାଲେଶ୍ଵରରେ ଆଜିଠୁ ରାତ୍ରିକାଳୀନ କର୍ଫ୍ୟୁ । ରାତି ୯ଟାରୁ…

27 mins ago

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

1 hour ago

ଆଜି ଲୋକସଭା ବାଚସ୍ପତି ନିର୍ବାଚନ, ଦିନ ୧୧ଟାରେ ଭୋଟିଂ

ନୂଆଦିଲ୍ଲୀ: ଆଜି ଲୋକସଭା ବାଚସ୍ପତି ନିର୍ବାଚନ । ସ୍ଵାଧୀନତା ପରେ ପ୍ରଥମ ଥର ପାଇଁ ଲୋକସଭା ବାଚିସ୍ପତି ପଦବୀ ପାଇଁ…

1 hour ago

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

9 hours ago