ଭୁବନେଶ୍ୱରର ବିଭିନ୍ନ ଛକ ବୁଲିଲେ ୫-ଟି ସଚିବ: ଟ୍ରାଫିକ ବ୍ୟବସ୍ଥାର କଲେ ଅନୁଧ୍ୟାନ, ଖୁବଶୀଘ୍ର ଟ୍ରାଫିକ ସମସ୍ୟାର ହେବ ସମାଧାନ

ଭୁବନେଶ୍ୱର (କେନ୍ୟୁଜ): ଭୁବନେଶ୍ୱରରେ ଟ୍ରାଫିକ୍‌ ସ୍ଥିତି ଅନୁଧ୍ୟାନ କଲେ 5T ସଚିବ ଭି.କେ. ପାଣ୍ଡିଆନ। ଶିଶୁଭବନ ଛକ, ରବି ଟକିଜ ଓ କଳ୍ପନା ଛକ ଆଦି ବୁଲି ସ୍ଥିତି ଅନୁଧ୍ୟାନ କରିଛନ୍ତି। ବେହେରା ସାହି ଛକ, ରସୁଲଗଡ଼ ଓ ଆଇଗିଣିଆ ଛକ ମଧ୍ୟ ବୁଲି ସ୍ଥିତି ପରଖିଛନ୍ତି 5T ସଚିବ। ଭି.କେ. ପାଣ୍ଡିଆନଙ୍କ ସହ ପୋଲିସ କମିଶନର, ପୂର୍ତ୍ତ ସଚିବ ଓ BMC କମିଶନର ସାଙ୍ଗରେ ଥିଲେ। ରାଜଧାନୀରେ ଦିନକୁ ଦିନ ଜନ ସଂଖ୍ୟା ସହ ଗାଡି ମୋଟର ସଂଖ୍ୟା ବୃଦ୍ଧି ପାଉଛି। ଫଳରେ ଟ୍ରାଫିକ ସମସ୍ୟା ସମାଧାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.