ଚାରି ଭାଇଙ୍କୁ ହତ୍ୟା ଘଟଣାରେ ପାଞ୍ଚ ଅଭିଯୁକ୍ତଙ୍କୁ ଆଜୀବନ ସଶ୍ରମ କାରାଦଣ୍ଡ

ହିଞ୍ଜିଳିକାଟୁ : ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ଅନ୍ତର୍ଗତ ପିତଳ ଛକ ଠାରେ ଗତ ୨୦୨୨ ମସିହା ମାର୍ଚ୍ଚ ୨୨ ତାରିଖ ରାତିରେ ଚାରି ଭାଇଙ୍କୁ ଜଘନ୍ୟ ହତ୍ୟା ଘଟଣାରେ ପାଞ୍ଚ ଜଣ ଅଭିଯୁକ୍ତଙ୍କୁ ଆଜୀବନ ସଶ୍ରମ କାରାଦଣ୍ଡ ଘୋଷଣା କଲେ ଆସିକା ଅତିରିକ୍ତ ଜିଲ୍ଲା ଦୌରଜର୍ଜ୍ ପ୍ରବୀର ଚୌଧୁରୀ l

ଏହି ଜଘନ୍ୟ ହତ୍ୟା କାଣ୍ଡ ରେ ସଂପୃକ୍ତି ଥିବା ନେଇ ୨୬ ଜଣ ସାକ୍ଷୀଙ୍କ ପ୍ରମାଣକୁ ଆଧାର କରି ଗିରଫ ହୋଇ ଜେଲରେ ଥିବା ଦୁଇ ଭାଇ ଅମୀୟ କୁମାର ସ୍ୱାଇଁ,ମିଲନ ସ୍ୱାଇଁ ଏବଂ ବାହାନପତି ବେହେରା,ସନ୍ତୋଷ ସ୍ୱାଇଁ,ଚିତ୍ରସେନ ସେଠୀଙ୍କୁ ଆଜୀବନ ସଶ୍ରମ କାରାଦଣ୍ଡ ସହ ୧୦ ହାଜର ଟଙ୍କା ଜୋରିମାନା ଅନାଦୟ ୬ ମାସ ଜେଲ ଦଣ୍ଡ ଶୁଣାଣି ହୋଇଛି । ଘଟଣା ଚାଞ୍ଚଲ୍ୟକର ଥିବାରୁ ସରକାର ୨୫ ବର୍ଷ ପର୍ଯ୍ୟନ୍ତ ମୁଖ୍ୟ ଷଡ଼ଯନ୍ତ୍ରକାରୀ ଅମିୟ କୁମାର ସ୍ୱାଇଁ ଓ ଅନ୍ୟ ଅଭିଯୁକ୍ତଙ୍କୁ ୨୦ବର୍ଷ ପର୍ଯ୍ୟନ୍ତ ଜାମିନ ପ୍ରଦାନ ସମ୍ପର୍କରେ ବିଚାର କରିବେ ନାହିଁ ବୋଲି ବିଚାରପତି ଆଦେଶ ଦେଇଛନ୍ତି ।

ମୃତକମାନେ ନରେନ୍ଦ୍ରପୁର ଗାଁର ମଙ୍ଗୁଳୁ ସ୍ୱାଇଁଙ୍କ ପୁଅ ରାଜା ସ୍ୱାଇଁ,ପାଣ୍ଡବ ସ୍ୱାଇଁ, ଶମ୍ଭୁ ସ୍ୱାଇଁ ଓ ମଙ୍ଗୁଳୁ ସ୍ୱାଇଁଙ୍କ ସମ୍ପର୍କୀୟ ପୁତୁରା ଚନ୍ଦନ ସ୍ୱାଇଁ । ଏହି ଘଟଣାରେ ତତ୍କାଳୀନ ହିଞ୍ଜିଳି ଥାନାଧିକାରୀ ଅଭିମନ୍ୟୁ ଦାସ ତଦନ୍ତକାରୀ ଅଫିସର ରହିଥିବା ବେଳେ ସରକାରୀ ଓକିଲ ଭାବେ ତ୍ରିଲୋଚନ ପରିଡ଼ା ମାମଲାକୁ ପରିଚାଳନା କରିଛନ୍ତି । ପିତଳ ଛକ ଠାରେ ନିଜର ଫାଷ୍ଟ ଫୁଡ୍ ରେ କାମ କରୁଥିବା ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଯୋଜନା ବଧ ଭାବେ ଚାରି ଭାଇଙ୍କୁ ହତ୍ୟା କରାଯାଇଥିଲା । ଘଟଣା ପରଦିନ ଗ୍ରାମବାସୀ  ପିତଳ ଛକ ଠାରେ ୫୯ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରି ଦୋଷୀକୁ ଫାଶୀ ଦଣ୍ଡ ପାଇଁ ଅଡି ବସିଥିଲେ । ଏହି ଘଟଣା ତତ୍କାଳୀନ ଏସପି ପହଞ୍ଚି ଦୋଷୀକୁ କୋଠାର ଦଣ୍ଡ ଦିଆଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଅବରୋଧ ହଟିଥିଲା  l

You might also like