ପୃଥକ ପୃଥକ ସଡକ ଦୁର୍ଘଟଣା: କେଉଁଠି ୫୦ଫୁଟ୍ ଦୂରକୁ ଛିଟିକି ପଡିଲା କାର୍ ତ କେଉଁଠି ଟ୍ରକ୍ ଓ ଆମ୍ବୁଲାନ୍ସ ମୁଁହାମୁହିଁ ଧକ୍କା

ବାରିପଦା(କେନ୍ୟୁଜ୍): ପୃଥକ ପୃଥକ ସଡକ ଦୁର୍ଘଟଣାରେ ୬ଗୁରୁତର। ମୟୂରଭଞ୍ଜ ଜିଲ୍ଲା ଝାରପୋଖରୀଆ ଥାନା ଅନ୍ତର୍ଗତ ସାଂକଚା ସ୍ଥିତ ୧୮ ନମ୍ବର ଜାତୀୟ ରାଜପଥରେ ପୋଲିସ ପକ୍ଷରୁ ଲଗାଯାଇଥିବା ଟ୍ରାଫିକ ବ୍ୟାରିକେଡ଼କୁ ଏକ କାର୍ ଧକ୍କା ଦେଇ ପାଖାପାଖି ୫୦ଫୁଟ ଦୂରକୁ ଛିଟିକି ପଡିବା ଫଳରେ ୪ ଜଣ ଗୁରୁତର ହୋଇଛନ୍ତି। ଗୁରୁତର ମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାକୁ ପଠାଇ ଦିଆଯାଇଛି।

ଅନ୍ୟପଟେ ବାରିପଦା ଟାଉନ ଥାନା ଅନ୍ତର୍ଗତ ପାଲବଣି ଠାରେ ଟ୍ରକ ଓ ଆମ୍ବୁଲାନ୍ସ ମଧ୍ୟରେ ମୁଁହାମୁହିଁ ଧକ୍କା ଜଣେ ଗୁରୁତର। ସେହପରି ଏକ ମାଲବାହୀ ଟ୍ରକ ସହ ଏକ ଟ୍ରାଭେଲର ଗାଡି ମଧ୍ୟରେ ମୁଁହାମୁହିଁ ଧକ୍କାରେ ଜଣେ ଗୁରୁତର ଆହତ ହୋଇଛନ୍ତି। ଆହତ ଜଣକ ଟ୍ରାଭେଲର ଗାଡିର ଡ୍ରାଇଭର ମନ ବାହାଦୁର ବୋଲି ଜଣା ପଡିଛି। ଖବର ପାଇ ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ପିଆରଏମ୍ ମେଡିକାଲରେ ଭର୍ତ୍ତି କରାଯାଇଛି।