ପୁରୀ : ପୁରୀ ସମୁଦ୍ର ତଟରେ କିଛିଦିନ ହେବ ଡେରା ପକାଇଛି ନୌସେନାର ୫ଟି ଜାହାଜ । ଦିଗବାରେଣୀ ଠାରୁ ଲାଇଟ୍ ହାଉସ୍ ପର୍ଯ୍ୟନ୍ତ ସମୁଦ୍ର ଭିତରେ ୫ଟି ଜାହାଜ ପଇଁତରା ମାରୁଛି । ସୂଚନା ଅନୁସାରେ ପ୍ରତି ବର୍ଷ ଭଳି ନୌସେନା ଦିବସ ଏଥର ପୁରୀରେ ପାଳନ ହେବାକୁ ଯାଉଛି । ଏହାର ପୂର୍ବ ପ୍ରସ୍ତୁତି ସ୍ୱରୂପ ଏହି ୫ଟି ଜାହାଜ ଆସି ପୁରୀ ସମୁଦ୍ରରେ ସ୍ଥିତି ଅନୁଧ୍ୟାନ କରୁଛି ।
ସେପଟେ ବାଂଲାଦେଶୀ ଅନୁପ୍ରବେଶକୁ ନେଇ ଚିନ୍ତାଜନକ ସ୍ଥିତି ଉପୁଜିଥିବା ବେଳେ ଏହା ପୂର୍ବରୁ ନୌସେନାର ୫ଟି ଜାହାଜ ଏଠାରେ ଡେରା ପକାଇବାକୁ ନେଇ ଭିନ୍ନ ଚର୍ଚ୍ଚା ସୃଷ୍ଟି କରିଛି । ସେପଟେ ଆଜି ପୁରୀ ଆସିବେ ନୌସେନା ମୁଖ୍ୟ ଆଡମିରାଲ୍ ଦିନେଶ୍.କେ ତ୍ରିପାଠୀ । ତଟ ଅନୁଧ୍ୟାନ କରିବା ସହ ଜିଲ୍ଲା ପ୍ରଶାସନ ସହ ନୌସେନା ଦିବସ ପାଳନ ସମ୍ପର୍କରେ ଆଲୋଚନା କରିବେ ।