ଗଣିତ ପରୀକ୍ଷାରେ କପି କରି ଧରା ପଡ଼ିଲେ ୫ ପରୀକ୍ଷାର୍ଥୀ, ଲାଇଭ ଷ୍ଟ୍ରିମିଙ୍ଗ ବେଳେ ପରୀକ୍ଷାର୍ଥୀଙ୍କୁ ଧରିଲା AI କ୍ୟାମେରା

ଭୁବନେଶ୍ୱର : ଆଜି ମାଟ୍ରିକ ଗଣିତ ପରୀକ୍ଷାରେ କପି କରି ଧରା ପଡ଼ିଲେ ୫ ପରୀକ୍ଷାର୍ଥୀ । ଲାଇଭ ଷ୍ଟ୍ରିମିଂ ଚାଲିଥିବା ବେଳେ ପରୀକ୍ଷାର୍ଥୀଙ୍କୁ AI କ୍ୟାମେରା ଧରିଥିଲା । ଏଆଇ କ୍ୟାମେରାର ଫୁଟେଜ ଆଧାରରେ ସଂପୃକ୍ତ ସେଣ୍ଟର୍ ସହ ଯୋଗାଯୋଗ କରିଥିଲେ ବୋର୍ଡ କର୍ତ୍ତୃପକ୍ଷ। ସେଣ୍ଟର୍ ସୁପରିଣ୍ଟେଣ୍ଡେଣ୍ଟ ପରୀକ୍ଷାର୍ଥୀଙ୍କ ଠାରୁ କପି ଜବତ କରିଥିଲେ।
ଏଥର ମାଟ୍ରିକ ପରୀକ୍ଷା ସୁପରିଚାଳନା ପାଇଁ ୬୦୦ ନୋଡାଲ ସେଣ୍ଟର ଓ ପରୀକ୍ଷା କେନ୍ଦ୍ର ରୁ ଲାଇଭ ଷ୍ଟ୍ରିମିଙ୍ଗ କରାଯାଉଛି । ଆଜି ଗଣିତ ପରୀକ୍ଷା ଦେଇଛନ୍ତି ଛାତ୍ରଛାତ୍ରୀ। ପରୀକ୍ଷାକୁ କପି ମୁକ୍ତ କରିବା ପାଇଁ ବୋର୍ଡ ପକ୍ଷରୁ ୪୨ ଟି ସ୍କ୍ୱାଡ୍ ଓ ଜିଲ୍ଲା ଶିକ୍ଷାଧିକାରୀଙ୍କ ପକ୍ଷରୁ ୯୦ ଟି ସ୍କ୍ୱାଡ୍ ବିଭିନ୍ନ ପରୀକ୍ଷା କେନ୍ଦ୍ର ପରିଦର୍ଶନ କରୁଛନ୍ତି ।
Also read: ମାଲକାନଗିରିରେ ଦଶମ ଶ୍ରେଣୀ ଛାତ୍ରୀ ମା ହେବା ଘଟଣା, ତଦନ୍ତ ପାଇଁ ସ୍କୁଲରେ ପହଞ୍ଚିଲେ ଆରଡିସି