ଭୁବନେଶ୍ୱର: ଭୁବନେଶ୍ୱର ଭରତପୁର ଥାନା ନିର୍ଯାତନା ମାମଲାରେ ନିଲମ୍ବିତ ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କ ପରେ ଅନ୍ୟ ଚାରି ନିଲମ୍ବିତ ପୋଲସ ଅଧିକାରୀଙ୍କ ହେବ ପାଲିଗ୍ରାଫ ଟେଷ୍ଟ । ଏଥିପାଇଁ କ୍ରାଇମବ୍ରାଞ୍ଚ ଟିମ୍ ଭୁବନେଶ୍ୱର SDJM କୋର୍ଟରେ ଆବେଦନ କରିଛି ।
ଅନ୍ୟ ଚାରି ନିଲମ୍ବିତ ଅଧିକାରୀଙ୍କ ସମ୍ମତି ପରେ ହେବ ପଲିଗ୍ରାଫ ଟେଷ୍ଟ । ପଲିଗ୍ରାଫ ସହ ବ୍ରେନ୍ ମ୍ୟାପିଂ ଓ ନାର୍କୋ ଟେଷ୍ଟ ମଧ୍ୟ କରାଯିବ । ଏପଟେ ଗୁଜରାଟ ଗାନ୍ଧୀନଗର ସ୍ଥିତ ଡିଏଫଏସଏଲରେ ହେବ ତତ୍କାଳୀନ ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କଙ୍କ ନାର୍କୋ, ପଲିଗ୍ରାଫ ଓ ବ୍ରେନ ପିଙ୍ଗର ପ୍ରିଣ୍ଟିଂ ଟେଷ୍ଟ । ଦୀନକୃଷ୍ଣଙ୍କ ପାଇଁ ପ୍ରଶ୍ନାବଳୀ ପ୍ରସ୍ତୁତ କରୁଛି କ୍ରାଇମବ୍ରାଞ୍ଚ ।
ଏବେ କ୍ରାଇମବ୍ରାଞ୍ଚ ଘଟଣାର ତଦନ୍ତ କରୁଛି । ଗତ ୧୪ ତାରିଖ ରାତି ପ୍ରାୟ ୨ଟାରେ ଭରତପୁର ଥାନାରେ ଘଟିଥିବା ଘଟଣାରେ ପୋଲିସ ଅଧିକାରୀଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଥିଲେ ପୀଡ଼ିତା । ଏଥିରେ ଦୀନକୃଷ୍ଣ ମିଶ୍ରଙ୍କ ନାଁରେ ପୀଡ଼ିତାଙ୍କୁ ଯୌନ ନିର୍ଯାତନା ଓ ଅସଦାଚରଣ କରିଥିବା ଅଭିଯୋଗ ରହିଛି । ଏହି ମାମଲା ଥାନାର ଚାରିକାନ୍ଥ ଭିତରେ ଘଟିଛି । ଏହି ଘଟଣାର କୌଣସି ପ୍ରତ୍ୟକ୍ଷଦର୍ଶୀ ନଥିବାରୁ ବର୍ତ୍ତମାନ ସାଇଣ୍ଟିଫିକ ପଦ୍ଧତିରେ ତଦନ୍ତ କରି ପ୍ରକୃତ ସତ୍ୟ ପଦାକୁ ଆଣିବା ତଦନ୍ତକାରୀ ସଂସ୍ଥାର ଦାୟିତ୍ବ ବୋଲି କୋର୍ଟ କହିଛନ୍ତି ।