କାଳୀ ଭସାଣୀ ବେଳେ ଗୋଷ୍ଠୀ ସଂଘର୍ଷ, ୫-୬ ଜଣ ଆହତ ହୋଇ ମେଡିକାଲରେ ଭର୍ତ୍ତି

କଟକ: ଭସାଣି ବେଳେ ଗୋଷ୍ଠୀ ସଂଘର୍ଷ ।  କଟକରେ କାଳୀ ଭସାଣୀ ବେଳେ ଚାନ୍ଦିନି ଚୌକ ରୟାଲ ଗାର୍ଡେନ ନିକଟରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ।  ଉଭୟ ପକ୍ଷ ମଧ୍ୟରେ ପ୍ରବଳ ଢ଼େଲାପଥର ସହ କାଚ ବୋତଲ ମାଡ଼ ହୋଇଛି । ଏଥିରେ ୫-୬ ଜଣ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।

ଘଟଣା ସ୍ଥଳରେ ଲାଲବାଗ ପୋଲିସ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣକୁ ନେଇଥିଲା । ପୁଲିସର ସୂଚନା ଅନୁଯାୟୀ, ମହମ୍ମଦିୟା ବଜାର ଅଞ୍ଚଳର କିଛି ଯୁବକ କାଳୀ ମେଢ଼ ବିସର୍ଜନ କରି ଫେରୁଥିବା ସମୟରେ ଚାନ୍ଦିନୀଚୌକ ହସିନାବାଗ ଅଞ୍ଚଳର କିଛି ଯୁବକଙ୍କ ସହ କୌଣସି କଥାକୁ ନେଇ ବଚସା ହୋଇଥିଲା ।  ଏହି ବଚସା ଉଗ୍ରରୂପ ନେଇଥିଲା। ଗୋଟିଏ ଦୋକାନ ଭାଙ୍ଗିବା ସହ ୩ଟି ବାଇକ ମଧ୍ୟ ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଛି ।

You might also like