ଟାପୁ ମଝିରେ ଜୀବନ, ଦୁଇ ଦିନ ହେଲା ପାଣିରେ ଫସିଛନ୍ତି ୫ ଜଣ

ସୁନ୍ଦରଗଡ଼ : ଦୁଇ ଦିନ ହେଲା ଟାପୁରେ ଫସିଛି ଜୀବନ । ସୁନ୍ଦରଗଡ଼ ଜିଲ୍ଲା ସୀମାନ୍ତ କତେଇବେରା ନିକଟ ଇବ ଏବଂ ସାନ ନଦୀ ମଝି କପଟଦ୍ବାର ଟାପୁରେ ଫସିରହିଥିବା ଦେଖିବାକୁ ମିଳିଛି । ସେଥିମଧ୍ୟରେ ୩ ଜଣ ଛେଳି ଚରାଳି ଏବଂ ୨ ଜଣ ଗ୍ରାମବାସୀ ଅଛନ୍ତି ।

ସୂଚନା ଅନୁସାରେ ଜସପୂର୍ ନାଗର ଜଙ୍ଗଲରେ ଛେଳି ଚରାଇବାକୁ ଯାଇଥିବା ବେଳେ ହଠାତ୍ ନଦୀରେ ପାଣି ଭରି ଯିବାରୁ ଗାଁର ରାଜେନ୍ଦ୍ର ରାୟ ,ସୁଲେମାନ ଏକ୍କା ଓ ସୀତା ଲୋହର ଆଉ ଆସି ପାରି ନ ଥିଲେ ।  ତାଙ୍କୁ ଉଦ୍ଧାର କରିବାକୁ ଯାଇ ଆଉ ଦୁଇ ଜଣ ଗ୍ରାମବାସୀ ମଧ୍ୟ ସେଠାରେ ଫସି ଯାଇଥିଲେ ।  ପାଣି ଅଧିକ ଥିବାରୁ ଉଦ୍ଧାର କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ପାରି ନଥିଲା ।

ଅନ୍ୟପଟେ ଆଖପାଖ ଅଞ୍ଚଳରେ ଲଗାଣ ବର୍ଷା ଯୋଗୁଁ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି ।  ଉଭୟ ନଦୀର ଜଳସ୍ତର ବୃଦ୍ଧି ପାଇବା ଫଳରେ ଛେଳି ସହିତ ପାଞ୍ଚ ଜଣ ଫସି ରହିଛନ୍ତି ।  ସ୍ଥାନୀୟ ପ୍ରଶାସନ ପକ୍ଷରୁ ଗ୍ରାମବାସୀଙ୍କ ସହଯୋଗରେ ସେମାନଙ୍କ ପାଖକୁ ଗୁଡ ଓ ଚୂଡା ପଠା ଯାଇଛି ।  ସେମାନଙ୍କୁ ଉଦ୍ଧାର କରିବା ପାଇଁ ଜୟପୁରରୁ SDRF ଟିମ୍ ବାହାରି ଥିବା ସୂଚନା ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like