ନିର୍ବାଚନ ଡ୍ୟୁଟି ଯିବା ବେଳେ ଅଘଟଣ, ଦୁର୍ଘଟଣାରେ ୧୯ ପୋଲିସ କର୍ମଚାରୀ ଆହତ
ନିର୍ବାଚନ ଡ୍ୟୁଟିରେ ଯାଉଥିବାବେଳେ ଦୁର୍ଘଟଣା । ଦୁର୍ଘଟଣାରେ ପୋଲିସ କର୍ମଚାରୀଙ୍କ ସମେତ ୧୯ ଜଣ ଆହତ। ଭୁବେନଶ୍ବରରୁ କେନ୍ଦ୍ରାପଡ଼ା ଯାଉଥିବାବେଳେ ଭିଏସଏସନଗର ଓଭରବ୍ରିଜ୍ ନିକଟରେ ଦୁର୍ଘଟଣା। ଆହତଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କ୍ୟାପିଟାଲ ହସପିଟାଲରେ ପହଞ୍ଚି ଆହତଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି ଡିସିପି ।

ଭୁବନେଶ୍ୱର (କେନ୍ୟୁଜ): ନିର୍ବାଚନ ଡ୍ୟୁଟିରେ ଯାଉଥିବାବେଳେ ଦୁର୍ଘଟଣା । ଦୁର୍ଘଟଣାରେ ପୋଲିସ କର୍ମଚାରୀଙ୍କ ସମେତ ୧୯ ଜଣ ଆହତ। ଭୁବେନଶ୍ବରରୁ କେନ୍ଦ୍ରାପଡ଼ା ଯାଉଥିବାବେଳେ ଭିଏସଏସନଗର ଓଭରବ୍ରିଜ୍ ନିକଟରେ ଦୁର୍ଘଟଣା। ଆହତଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କ୍ୟାପିଟାଲ ହସପିଟାଲରେ ପହଞ୍ଚି ଆହତଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି ଡିସିପି ।
ଖବର ଅନୁଯାୟୀ, ଜୁନ ୧ ତାରିଖରେ କେନ୍ଦ୍ରାପଡ଼ାରେ ହେବାକୁ ଯାଉଛି ନିର୍ବାଚନ । ଏଥିପାଇଁ ନିର୍ବାଚନ ଡ୍ୟୁଟି ଲାଗି ଯାଉଥିଲେ ପୋଲିସ କର୍ମଚାରୀ । ହେଲେ ଭୁବନେଶ୍ୱର ଭିଏସ୍ଏସ୍ ନଗର ଓଭରବ୍ରିଜ୍ ନିକଟରେ ଘଟିଲା ଦୁର୍ଘଟଣା । ଯେଉଁଥିରେ୧୯ ଜଣ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।