ଆଠମଲ୍ଲିକ ବନ୍ତୁଲ ଗାଁରେ ଲଜ୍ଜା: ବୁଲାଇନେବା ବାହାନାରେ ୫ବର୍ଷର ଶିଶୁ କନ୍ଯାକୁ ଦୁଷ୍କର୍ମ, ଯୁବକ ଫେରାର୍

ଆଠମଲ୍ଲିକ:  ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଉପଖଣ୍ଡ ଅନ୍ତର୍ଗତ ସାପଘରା ପଂଚାୟତ ବନ୍ତୁଲ ଗ୍ରାମରେ ଲଜ୍ଜା। ଗ୍ରାମର ଏକ ୫ ବର୍ଷର ଝିଅକୁ ଦୁଷ୍କର୍ମ। ଏନେଇ ଠାକୁରଗଡ଼ ଥାନାରେ ଅଭିଯୋଗ ହେବା ପରେ ସାମ୍ନାକୁ ଆସିଛି ସମସ୍ତ ଘଟଣା। ଅଭିଯୋଗ ଅନୁଯାୟୀ, ସୋମବାର ଦିନ ୧୨ଟା ବେଳେ  ୫ବର୍ଷର ଝିଅ ପିଲାମାନଙ୍କ ସହ ଘର ଆଗରେ ଖେଳୁଥିବା ସମୟରେ ଉକ୍ତ ଗାଁର ରିଙ୍କୁ ନାମକ ଜଣେ ୨୦ରୁ ୨୫ ବର୍ଷର ଯୁବକ ବୁଲେଇନବାକୁ କହି ଝିଅକୁ ବାଇକରେ ନେଇଯାଇଥିଲା।

ଘଂଟାଏ ଦେଢ଼ ଘଣ୍ଟା ପରେ ଝିଅକୁ ଘର ଆଗରେ ଛାଡି ଦେଇ ଫେରାର  ହୋଇଯାଇଥିଲା । ଏବଂ ଝିଅଟିକୁ କାହାକୁ କିଛି କହିଲେ ମାରିଦେବାକୁ ଧମକ ମଧ୍ଯ ଦେଇଥିଲା । ତେବେ ଝିଅର ଯୌନାଙ୍ଗ ରକ୍ତାକ୍ତ ଅବସ୍ଥାରେ ଦେଖି ପରିବାର ଲୋକେ ଝିଅଟିକୁ ପଚାରିଥିଲେ। ଏହାପରେ ଝିଅଟି କାନ୍ଦି କାନ୍ଦି ସବୁ କଥା କହିବା ପରେ, ଝିଅଟିର ବାପା ଠାକୁରଗଡ଼ ଥାନାକୁ ଯାଇ ଏତଲା ଦେଇଥିଲେ। ଠାକୁରଗଡ଼ ପୋଲିସ ପକ୍ଷରୁ ଝିଅର ଡାକ୍ତରୀ ମାଇନା ପାଇଁ ରାତିରେ  ଆଠମଲ୍ଲିକ ଡାକ୍ତରଖାନା କୁ ପଠାଇଥିବା ଜଣାପଡିଛି। ଝିଅଟି ଚିକିତ୍ସାଧୀନ ଅବସ୍ଥା ରେ ଆଠମଲ୍ଲିକ ଡାକ୍ତରଖାନାରେ ରହିଥିବାବେଳେ,  ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.