ପୁରୀରେ ଲଜ୍ଜା :୫ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ ଅଭିଯୋଗ
ପୁରୀ(କେନ୍ୟୁଜ) : ପୁରୀରେ ଘଟିଯାଇଛି ଏକ ଲଜ୍ଜା ଜନକ ଘଟଣା । ଅମାନବୀକତାର ସମସ୍ତ ସୀମା ଲଂଘନ ହୋଇଛି ଏଠାରେ । ଏକ ୫ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି । ଟାଉନ ଥାନା ଅଧୀନ ସିଦ୍ଧବକୁଳ ଲେନ୍ରେ ଘଟିଛି ଏଭଳି ଲଜ୍ଜାଜନକ ଘଟଣା । ଗୁରୁତର ଅବସ୍ଥାରେ ନାବାଳିକାକୁ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।
ଘଟଣାସ୍ଥଳରୁ ଅଭିଯୁକ୍ତ ଫେରାର ଥିବାବେଳେ ପୁରୀ ଏସପିଙ୍କ ସହ ଥାନା ଅଧିକାରୀ ନାବାଳିକା ଘରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ସେଠାରେ ରହୁଥିବା ଭଡାଟିଆ ଓ ସ୍ଥାନୀୟ ବାସିନ୍ଦାଙ୍କୁ ଘଟଣା ବିଷୟରେ ପଚରାଉଚୁରା କରିଛି ପୋଲିସ ।
ଅଭିଯୁକ୍ତକୁ ଧରିବା ପାଇଁ ପୁରୀ ଏସପି କନୱର ବିଶାଳ ସିଂ ଏକ ଟିମ୍ ଗଠନ କରିଛନ୍ତି । ଫେରାର ଅଭିଯୁକ୍ତ ନାଁରେ ପୂର୍ବରୁ ଥାନାରେ ଏକାଧିକ ମାମଲା ରହିଥିବା ଜଣାପଡିଛି । ସେପଟେ ଅଭିଯୁକ୍ତକୁ ଗିରଫ କରି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି ହୋଇଛି ।