କଣିହା ରେଞ୍ଜ ବାଲିପସି ଜଙ୍ଗଲରେ ୫ ବର୍ଷୀୟ ଅଣ୍ଡିରା ହାତୀର ମୃତ୍ୟୁ, ବ୍ୟବଚ୍ଛେଦ ପରେ ହାତୀକୁ ପୋତିଦେଲା ବନବିଭାଗ

ତାଳଚେର(କେନ୍ୟୁଜ): ତାଳଚେରରେ ଅଣ୍ଡିରା ହାତୀର ମୃତ୍ୟୁ। କଣିହା ରେଞ୍ଜ ବାଲିପସି ଜଙ୍ଗଲରେ ହାତୀର ମୃତ୍ୟୁ ହୋଇଛି। ହାତୀର ବୟସ ପ୍ରାୟ ୫ବର୍ଷ ହେବ ବୋଲି ଅନୁମାନ କରାଯାଉଛି। ଗତ ଦୁଇଦିନ ତଳେ ଦେବଗଡ଼ ପଟୁ ଏହି ହାତୀଟି ବାଲିପସି ଚାଲିଆସିଥିଲା।

ହାତୀଟି ଅସୁସ୍ଥ ଥିବା ଜଣାପଡ଼ିବା ପରେ ଅନୁଗୁଳ ଡିଏଫଓ ଘଟଣାସ୍ଥଳରେ ପହଞ୍ଚି ହାତୀର ଚିକିତ୍ସା କରାଇଥିଲେ। ତେବେ ହାତୀଟି କିଛି ନଖାଇବା ସହ ଗୋଟିଏ ଜାଗାରେ ପଡ଼ି ରହିଥିଲା। ଆଜି ତାର ମୃତ୍ୟୁ ଘଟିଥିଲା। ବ୍ୟବଚ୍ଛେଦ ପରେ ହାତୀଟିକୁ ପୋତି ଦିଆଯାଇଛି।

 

Leave A Reply

Your email address will not be published.