ଭଞ୍ଜନଗର ଆସିକା ଲଣ୍ଡାଜୁଆଳି ଗାଁରେ ଗୋମଡ଼କ , ୫୦ରୁ ଅଧିକ ଗାଈ ମୃତ

ଗଞ୍ଜାମ(କେନ୍ୟୁଜ୍) : ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ ଅନ୍ତର୍ଗତ ଲଣ୍ଡାଜୁଆଳି ଗାଁରେ ଗୋମଡ଼କ । ମରି ପଡ଼ିଛନ୍ତି ପ୍ରାୟ ୫୦ରୁ ଅଧିକ ଗାଈ । ଏତେ ସଂଖ୍ୟକ ଗାଈ ମୃତ୍ୟୁର କାରଣ ଜଣାପଡ଼ିନାହିଁ । ଏଠାରେ ୫ ଜଣ ଗାଈ ଜଗୁଆଳ ଶତାଧିକ ଗାଈଙ୍କୁ ନେଇ ଗୋଠ କରିଥିଲେ । ହଠାତ୍ ଗୋ-ମଡ଼କ ଦେଖାଦେବାରୁ ସ୍ଥାନୀୟ ଅଞ୍ଚଳରେ ଗୋପାଳକମାନେ ଆତଙ୍କିତ ହୋଇପଡ଼ିଛନ୍ତି । ଘଟଣାସ୍ଥଳରେ ପ୍ରାଣୀ ଚିକିତ୍ସତ ପହଞ୍ଚି ଘଟଣାର ଅନୁଧ୍ୟାନ କରୁଛନ୍ତି ।