ପ୍ରବାସୀ ଭାରତୀୟ ଦିବସ ପାଇଁ ୫୦ ଓଏଏସ୍ ଅଫିସରଙ୍କୁ ମିଳିଲା ନୂଆ ଦାୟିତ୍ବ
ଭୁବନେଶ୍ବର : ୫୦ ଜଣ OAS ଅଫିସରଙ୍କୁ ନୂଆ ଦାୟିତ୍ବ । ପ୍ରବାସୀ ଭାରତୀୟ ଦିବସ ପାଇଁ ୫୦ ଓଏଏସ୍ ଅଫିସରଙ୍କୁ ମିଳିଲା ନୂଆ ଦାୟିତ୍ବ । ଜାନୁଆରୀ ୫ରୁ ୧୫ ଯାଏଁ ଲିଆସନ ଅଫିସର ଭାବେ ଦାୟିତ୍ବ ତୁଲାଇବେ । ଭୁବନେଶ୍ବରରେ ଆୟୋଜିତ ହେଉଛି ପ୍ରବାସୀ ଭାରତୀୟ ଦିବସ । ୨୦୨୫ ଜାନୁଆରୀ ୮ରୁ ୧୦ତାରିଖ ଯାଏ ପ୍ରବାସୀ ଭାରତୀୟଙ୍କ ମହାକୁମ୍ଭ ଅନୁଷ୍ଠିତ ହେବ ।
ଏହା ପୂର୍ବରୁ ନୂଆଦିଲ୍ଲୀରେ ଆଜି ୧୮ତମ ପ୍ରବାସୀ ଭାରତୀୟ ଦିବସର ୱେବସାଇଟ ଲଞ୍ଚ ହୋଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଉପସ୍ଥିତ ଥିଲେ । ୱେବସାଇଟକୁ ଲଞ୍ଚ କରି ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର କହିଛନ୍ତି ଭାରତ ସରକାର ସବୁବେଳେ ବିଶ୍ବବ୍ୟାପୀ ପ୍ରବାସୀ ଭାରତୀୟଙ୍କ ଉନ୍ନତି ଓ ପ୍ରଗତିକୁ ଅଗ୍ରାଧିକାର ଦେଇଆସିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିୟମିତ ବିଦେଶ ଗସ୍ତରେ ଯାଉଥିବା ବେଳେ ସେ ନିୟମିତ ଭାବେ ପ୍ରବାସୀ ଭାରତୀୟଙ୍କ ସହ ମତ ବିନିମୟ କରିଥାନ୍ତି ।
ପ୍ରବାସୀ ଭାରତୀୟଙ୍କ ଦ୍ବାରା ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ଓ ଉଚ୍ଛସିତ ସମ୍ବର୍ଦ୍ଧନା ଭାରତ ଓ ବିଶ୍ବ ସମୁଦାୟ ମଧ୍ୟରେ ଥିବା ସୁଦୃଢ ବନ୍ଧୁତ୍ବକୁ ଦର୍ଶାଉଛି ବୋଲି କହିଛନ୍ତି ବୈଦେଶିକ ମନ୍ତ୍ରୀ । ବିଭିନ୍ନ ବୈଶ୍ବିକ ଚ୍ୟାଲେଞ୍ଜକୁ ଦୃଢତାର ଓ ସଫଳତାର ସହ ଭାରତ ମୁକାବିଲା କରିଛି । ପ୍ରବାସୀ ଭାରତୀୟଙ୍କ ଶକ୍ତି ଓ ସହାୟତା ସମର୍ଥନର ସ୍ତମ୍ଭ ଭାବେ ଛିଡ଼ା ହୋଇଛି ।
୨୦୨୪ ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ ପୂରଣ ଦିଗରେ ପ୍ରବାସୀ ଭାରତୀୟଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ରହିବ ବୋଲି କହିଛନ୍ତି ଜୟଶଙ୍କର । ୧୮ତମ ପ୍ରବାସୀ ଭାରତୀୟ ଦିବସର ଥିମ୍ ରହିଛି ‘ବିକଶିତ ଭାରତ କି ସଂକଳ୍ପନା ଔର ପ୍ରବାସୀ ଭାରତୀୟୋଁ କା ୟୋଗଦାନ’। ଓଡ଼ିଶା ସରକାରଙ୍କ ସହଯୋଗରେ ଏହି ତିନିଦିନିଆ ଉତ୍ସବ ଅନୁଷ୍ଠିତ ହେବ ।