କଟକ: ମାଲଗୋଦାମର ଡାଲି ଗୋଦାମରେ ଚଢାଉ,୫୦ କୁଇଣ୍ଟାଲରୁ ଅଧିକ ଅପମିଶ୍ରିତ ଡାଲି ଜବତ

କେନ୍ୟୁଜ୍(ବ୍ୟୁରୋ): କଟକ ମାଲଗୋଦାମର ଡାଲି ଗୋଦାମରେ ଚଢାଉ । ୩ଟି ଡାଲି ଗୋଦାମରେ ଚଢ଼ାଉ କରିଛି କଟକ ମହାନଗର ନିଗମ ଓ କମିଶନରେଟ ପୋଲିସ । ଗୋଦାମରେ ରେଡ୍‌ କରି ୫୦ କୁଇଣ୍ଟାଲରୁ ଅଧିକ ଅପମିଶ୍ରିତ ଡାଲି ଜବତ ହୋଇଛି। ଏହାସହ ଦୁଇ ବ୍ୟବସାୟୀଙ୍କୁ ଅଟକ ରଖିଛି ପୋଲିସ ।

ହରଡ଼ ଡାଲିରେ ଖେସରି ଡାଲି ମିଶ୍ରଣ କରି ବିକ୍ରି କରୁଥିବା ଅଭିଯୋଗ ହୋଇଛି। ଖେସରି ଡାଲି ବିକ୍ରିକୁ ନିଷିଦ୍ଧ କରାଯାଇ ଥିବାବେଳେ ଅପମିଶ୍ରିତ କରାଯାଉଥିଲା ବୋଲି କହିଛି ପୋଲିସ । ଖେସରି ଶରୀରକୁ ଗଲେ ଜଟିଳ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି ହୁଏ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ଅଧିକାରୀ। ଜବତ ଡାଲି ପରୀକ୍ଷା ପାଇଁ ଲ୍ୟାବକୁ ପଠାଯାଇଛି । ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ବ୍ୟବସାୟୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.