ମଧ୍ୟାହ୍ନ ଭୋଜନ ଖାଇ ୫0 ଜଣ ଛାତ୍ରଛାତ୍ରୀ ଅସୁସ୍ଥ, ମେଡ଼ିକାଲରେ ଭର୍ତ୍ତି

ସୋର : ଵାଲେଶ୍ୱର ଜିଲ୍ଲା ଶିରାପୁର ଠାରେ ଥିବା ଉଦୟ ନାରାୟଣ ବିଦ୍ୟାପୀଠରେ ମଧ୍ୟାହ୍ନ ଭୋଜନ ଖାଦ୍ୟ ଖାଇ ୫0 ଜଣ ଛାତ୍ରଛାତ୍ରୀ ଅସୁସ୍ଥ ହୋଇ ପଡିଛନ୍ତି । ବାନ୍ତି ସହିତ ପେଟ କାଟୁଥିବାବେଳେ ସେମାନଙ୍କୁ ସୋର ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ମଧ୍ୟାହ୍ନ ଭୋଜନ ଖାଇବା ପରେ ଛାତ୍ରଛାତ୍ରୀ ଅସୁସ୍ଥ ହୋଇପଡିବା ସହିତ ବାନ୍ତି ଓ ପେଟ କାଟିଥିଲା । ଶିକ୍ଷକ-ଶିକ୍ଷୟିତ୍ରୀମାନେ ମେଡ଼ିକାଲକୁ ଖବର ଦେଇଥିଲେ । ସେଠାରେ ମେଡ଼ିକାଲ ଟିମ ପହଂଚି ଛାତ୍ରଛାତ୍ରୀମାନଙ୍କୁ ସୋର ମେଡ଼ିକାଲରେ ଭର୍ତ୍ତି କରାଇଛନ୍ତି । ଭାତରେ ଝିଟିପିଟି ପଡିଯାଇଥିବାର ପିଲାମାନେ ପ୍ରକାଶ କରିଛନ୍ତି । ସେମାନଙ୍କର ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି । ଖବର ପାଇ ସୋର ଵିଧାୟକ ମାଧବ ଧଡା ମେଡ଼ିକାଲରେ ପହଞ୍ଚି ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ଅଵସ୍ଥା ପଚାରି ବୁଝୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.