ରାଜଧାନୀ ରାଜରାସ୍ତାରେ ୫୦୦ ଟଙ୍କିଆ ବଣ୍ଡଲ୍, ସମସ୍ତେ ଦେଖିଲେ କେହି ଉଠାଇଲେନି

ଭୁବନେଶ୍ୱର: ରାଜଧାନୀ ରାସ୍ତ ଉପରେ ପୁଳା ପୁଳା ଟଙ୍କା । ଟଙ୍କା ବଣ୍ଡଲ ସବୁ ଦେଖିବାକୁ ମିଳିଲା ଆଜି ଅପରାହ୍ନରେ । ଆଜ୍ଞା, ଇଏ ସ୍ୱପ୍ନ ନୁହେଁ, ପୂରା ସତ । ଭୁବନେଶ୍ୱର ଗଙ୍ଗନଗର ରାସ୍ତା ଯିବା ଆସିବା କରୁଥିବା ଲୋକେ ହଠାତ୍‌ ଆଚମ୍ବିତ ହୋଇଗଲେ । କାରଣ ରାସ୍ତା ଉପରେ ପଡ଼ିଥିଲା ବଣ୍ଡଲ ବଣ୍ଡଲ ଟଙ୍କା ।

ମାତ୍ର ଏହି ଟଙ୍କା କାହାର ଜଣାପଡ଼ି ନାହିଁ। ରାସ୍ତା ଉପରେ ଟଙ୍କା ପଡ଼ିଥିଲେ ମଧ୍ୟ କେହି ଉଠାଇ ନଥିଲେ। ଲୋକମାନେ ରାସ୍ତାରେ ପଡ଼ିଥିବା ଟଙ୍କା ଦେଖିବା ପାଇଁ ଭିଡ ଜମାଇଥିଲେ। ତେବେ ଏନେଇ ଖବର ପାଇ କ୍ୟାପିଟାଲ୍‌ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ତେବେ ଏହି ନୋଟ୍‌ ଅସଲି କି ନକଲି, ତାହା ଜଣାପଡ଼ି ନାହିଁ।  ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଗଙ୍ଗନଗର ଛକରେ ଦୁଇଟି ବାଇକ୍‌ ଧକ୍କା ହୋଇଥିଲା। ଦୁର୍ଘଟଣାଗ୍ରସ୍ତ ଜଣେ ବାଇକ୍‌ଙ୍କ ବ୍ୟାଗରୁ ଟଙ୍କା ଖସି ପଡ଼ିଥିଲା। ମାତ୍ର ସମ୍ପୃକ୍ତ ବ୍ୟକ୍ତି ଟଙ୍କା ନଉଠାଇ ପଳାଇ ଯାଇଥିବା ଜଣାପଡ଼ିଛି।

You might also like