କଟକ ବଡ ମେଡିକାଲରେ ରକ୍ତ ୟୁନିଟ ପିଛା ୫ ହଜାର ଟଙ୍କା ! ବାରବାଟି ଅଞ୍ଚଳର ଦଲାଲ ସୌଭାଗ୍ୟ ରଞ୍ଜନ ଗିରଫ

କଟକ(କେନ୍ୟୁଜ୍): କଟକରେ ଦଲାଲ ଗିରଫ । ଅଭିଯୁକ୍ତ ହେଲେ ବାରବାଟି ଅଞ୍ଚଳର ସୌଭାଗ୍ୟ ରଞ୍ଜନ ପତି । ବଡ ମେଡିକାଲର ରକ୍ତ ଭଣ୍ଡାରରେ ରକ୍ତ ଯୋଗାଡ କରାଇଦେବାକୁ ଅଭିଯୁକ୍ତ ୟୁନିଟ ପିଛା ୫ ହଜାର ଟଙ୍କା ନେଉଥିବା ଅଭିଯୋଗ ହୋଇଛି ।
ଗିରଫ ସୌଭାଗ୍ୟକୁ କୋର୍ଟ ଚାଲାଣ କରାଯାଇଛି । ଏଥିସହ ପାଞ୍ଚ ହଜାର ଟଙ୍କା ଜବତ ହୋଇଥିବା କଟକ ଡିସିିପି ସୂଚନା ଦେଇଛନ୍ତି ।