ମକର ସଂକ୍ରାନ୍ତିରେ ୫୧ କୁଣ୍ଡିୟ ଯଜ୍ଞ ଓ ବେଦ ପ୍ରବଚନ

ରେଙ୍ଗାଳି / କଣିଁହା : ଅନୁଗୁଳ ଜିଲ୍ଲା କଣିଁହା ବ୍ଲକ ଅନ୍ତର୍ଗତ ରେଙ୍ଗାଳି ପ୍ରୋଜେକ୍ଟ ଅଞ୍ଚଳରେ ୪୯ ବର୍ଷ ଧରି ପ୍ରତ୍ୟେକ ବର୍ଷ ମକର ସଂକ୍ରାନ୍ତିରେ ଯଜ୍ଞ ଓ ବେଦ ପ୍ରବଚନ ହେଇଆସୁଛି । ଏବର୍ଷ ମକର ସଂକ୍ରାନ୍ତିରେ ସ୍ଵର୍ଗତ ମହର୍ଷି ସ୍ୱାମୀ ଦୟାନନ୍ଦ ସରସ୍ଵତୀଙ୍କର ୨୦୦ତମ ଜନ୍ମ ବାର୍ଷିକ ଉପଲକ୍ଷେ ୫୧ ଗୋଟି ଯଜ୍ଞକୁଣ୍ଡର ଆୟୋଜନ କରାଯାଇଥିଲା । ତିନିଦିନ ଧରି ଯଜ୍ଞ ସହିତ ସନ୍ଧ୍ଯା ସମୟରେ ପ୍ରବଚନ ଓ ଗୀତା ଭାଗବତ ଆଦି ପାଠ ହେଇ ଆସୁଥିଲା । ମକର ସଂକ୍ରାନ୍ତିରେ ଏହି ବେଦ ପ୍ରବଚନ ଓ ୫୧ କୁଣ୍ଡିୟ ଯଜ୍ଞ ର ଭକ୍ତମାନଙ୍କ ଉପସ୍ଥିତିରେ ପୂର୍ଣ୍ଣାହୂତି ଦିଆଯିବା ସହ ପ୍ରସାଦ ସେବନର ଆୟୋଜନ କରାଯାଇଥିଲା । ଆସନ୍ତାବର୍ଷ ୫୦ବର୍ଷ ପୂର୍ତ୍ତୀ ଅବସରରେ ୨୦୦ ଯଜ୍ଞକୁଣ୍ଡର ଆୟୋଜନ କରାଯିବ ବୋଲି ଜଣାଯାଇଛି ।