MBBS ଆଡମିଶନ କରାଇ ଦେବା ନାଁରେ ୫୨ ଲକ୍ଷ ଠକିଦେଲେ, ୨ଜଣଙ୍କୁ ଗିରଫ କଲା ଚାଉଳିଆଗଞ୍ଜ ଥାନା ପୋଲିସ

ଦୁଇ ଜଣଙ୍କୁ ଗିରଫ କଲା କଟକ ଚାଉଳିଆଗଞ୍ଜ ଥାନା ପୋଲିସ। ଗିରଫ ଅଭିଯୁକ୍ତମାନେ ହେଲେ ମହାନଦୀ ବିହାର ଅଂଚଳର ହେମନ୍ତ କୁମାର ଜେନା ଓ ବିକାଶ କୁମାର ଜେନା। ପଡ଼ୋଶୀ ଘର ଛାତ୍ରୀଙ୍କୁ ଆଡ଼ମିଶନ କରାଇ ଦେବା ନାଁରେ ଜାଲ କାଗଜପତ୍ର ଦେଖାଇ ଟଙ୍କା ନେଇଯାଇଥିବା ଅଭିଯୋଗ ହୋଇଛି।

କଟକ(କେନ୍ୟୁଜ୍): MBBS ଆଡମିଶନ କରାଇ ଦେବାକୁ କହି ୫୨ ଲକ୍ଷ ୨୭ ହଜାର ଠକି ନେଲେ। ଦୁଇ ଜଣଙ୍କୁ ଗିରଫ କଲା କଟକ ଚାଉଳିଆଗଞ୍ଜ ଥାନା ପୋଲିସ। ଗିରଫ ଅଭିଯୁକ୍ତମାନେ ହେଲେ ମହାନଦୀ ବିହାର ଅଂଚଳର ହେମନ୍ତ କୁମାର ଜେନା ଓ ବିକାଶ କୁମାର ଜେନା।

ପଡ଼ୋଶୀ ଘର ଛାତ୍ରୀଙ୍କୁ ଆଡ଼ମିଶନ କରାଇ ଦେବା ନାଁରେ ଜାଲ କାଗଜପତ୍ର ଦେଖାଇ ଟଙ୍କା ନେଇଯାଇଥିବା ଅଭିଯୋଗ ହୋଇଛି। ଓଜେଇଇର କର୍ମଚାରୀ ଜଣାଶୁଣା ଥିବା କହି ଘରୋଇ ପ୍ରତିଷ୍ଠିତ ଘରୋଇ ମେଡିକାଲ କଲେଜରେ ନାମ ଲେଖାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ ଅଭିଯୁକ୍ତ।