ଚଳିତ ରେଳ ବଜେଟରେ ଓଡ଼ିଶାକୁ ଗତ ବର୍ଷ ଠାରୁ ୫୨୪ କୋଟି ଟଙ୍କା ଅଧିକ ଅନୁଦାନ : ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ

ଚଳିତ ରେଳ ବଜେଟରେ ଓଡ଼ିଶାକୁ ଗତ ବର୍ଷ ଠାରୁ ୫୨୪ କୋଟି ଟଙ୍କା ଅଧିକ ଅନୁଦାନ। ୨୦୨୪-୨୫ ଆର୍ଥିକ ବର୍ଷ ରେଳବାଇରେ ଓଡ଼ିଶାକୁ ୧୦ହଜାର ୫୩୬ କୋଟି ଟଙ୍କା ଅନୁଦାନ ମିଳିଥିବା କହିଛନ୍ତି ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ।

ଚଳିତ ରେଳ ବଜେଟରେ ଓଡ଼ିଶାକୁ ଗତ ବର୍ଷ ଠାରୁ ୫୨୪ କୋଟି ଟଙ୍କା ଅଧିକ ଅନୁଦାନ। ୨୦୨୪-୨୫ ଆର୍ଥିକ ବର୍ଷ ରେଳବାଇରେ ଓଡ଼ିଶାକୁ ୧୦ହଜାର ୫୩୬ କୋଟି ଟଙ୍କା ଅନୁଦାନ ମିଳିଥିବା କହିଛନ୍ତି ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ। ୨୦୨୩-୨୪ରେ ଏହା ୧୦ହଜାର ୧୨କୋଟି ଓ ୨୦୨୨-୨୩ରେ ୯ହଜାର ୭୩୪ କୋଟି ଟଙ୍କା ଅନୁଦାନ ମିଳିଥିଲା।

ନୂଆ ପ୍ରକଳ୍ପ ପାଇଁ ପ୍ରାୟ ୫୨ ହଜାର କୋଟି ନିବେଶ ହେବ। ଓଡ଼ିଶାରେ ୧୦୦% ବିଦ୍ୟୁତକରଣ ହୋଇଛି। ଓଡିଶା ପାଇଁ ମିଳିଥିବା ଅନୁଦାନ ପୂର୍ବତଟ ରେଳବାଇର ମାଲ ପରିବହନ ରାଜସ୍ବର ୫୦ ପ୍ରତିଶତ। ୨୦୨୨-୨୩ ଆର୍ଥିକ ବର୍ଷରେ ଇଷ୍ଟ କୋଷ୍ଟ ରେଲୱେ କେବଳ ମାଲ ପରିବହନରୁ ୨୩ହଜାର ୮୭୨ କୋଟି ୬୯ଲକ୍ଷ ଟଙ୍କା ରାଜସ୍ବ ପାଇଛି। ଦେଶର ରେଳବାଇରେ ଇଷ୍ଟକୋଷ୍ଟ ରେଲୱେ ଜୋନ, ସବୁଠାରୁ ଲାଭଦାୟକ ଜୋନ। ପୂର୍ବବର୍ଷ ତୁଳନାରେ ଗତ ଆର୍ଥିକ ବର୍ଷରେ ମାଲ ପରିବହନରେ ପୂର୍ବତଟ ରେଳବାଇ ୭.୬ ପ୍ରତିଶତ ଅଧିକ ଲାଭ ପାଇଛି।