ଆଜି ସ୍ବାକ୍ଷର ହୋଇଛି ୫୪ MOU, ସବୁଠୁ ବଡ MOU ଆଦାନୀ ଗ୍ରୁପ ସହ

ଭୁବନେଶ୍ୱର : ଆଜି ସ୍ବାକ୍ଷର ହୋଇଛି ୫୪ MOU । ଏହା ଜରିଆରେ ରାଜ୍ୟକୁ ଆସିବ ସାଢ଼େ ଚାରି ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ । ଏହା ଭିତରୁ ସବୁଠୁ ବଡ MOU ଆଦାନୀ ଗ୍ରୁପ ସହ ସ୍ବାକ୍ଷର ହୋଇଛି । ୨.୨୮ ଲକ୍ଷ କୋଟି ଟଙ୍କାର MOU ସ୍ବାକ୍ଷର କରିଛି ଆଦାନୀ । କେନ୍ଦୁଝରରେ ୫ ନିୟୁତ ଟନ କ୍ଷମତା ବିଶିଷ୍ଟ ଷ୍ଟିଲ ପ୍ଲାଣ୍ଟ ପାଇଁ JSW ଗ୍ରୁପ ସହ MOU ହୋଇଛି ।
JSPL ଗ୍ରୁପ୍ ଅନୁଗୁଳସ୍ଥିତ ଷ୍ଟିଲ ପ୍ଲାଣ୍ଟ ସମ୍ପ୍ରସାରଣ ପାଇଁ ୭୦ ହଜାର କୋଟି ଟଙ୍କା ପୁଞ୍ଜିନିବେଶ ଲାଗି ଘୋଷଣା କରିଛନ୍ତି JSPL ଗ୍ରୁପ ଅଧ୍ୟକ୍ଷ ନବୀନ ଜିନ୍ଦଲ । ବିର୍ଲା ଗ୍ରୁପ କପର ଫଏଲ୍ ପ୍ଲାଣ୍ଟ ସ୍ଥାପନ ପାଇଁ MOU ସ୍ବାକ୍ଷର କରିଛି । ଏହାଛଡ଼ା ଆଜି ବିଭିନ୍ନ ନିବେଶକଙ୍କଠାରୁ ୧୦୦ରୁ ଅଧିକ ପୁଞ୍ଜିନିବେଶ ଆଗ୍ରହ ପାଇଛନ୍ତି ରାଜ୍ୟ ସରକାର । JSPL ଅଧ୍ୟକ୍ଷ ନବୀନ ଜିନ୍ଦଲ ମଧ୍ୟ କେନ୍ଦୁଝରରେ ଷ୍ଟିଲ ପ୍ଲାଣ୍ଟ ବସାଇବାକୁ ଇଚ୍ଛା ପ୍ରକାଶ କରିଛନ୍ତି ।