ସୀମା ପାର କଲା ଲଜ୍ଜା: ଘରେ ଛାଡିଦେବାକୁ କହି ୫୫ ବର୍ଷୀୟା ମହିଳାଙ୍କୁ ଗଣ ଦୁଷ୍କର୍ମ

କରଞ୍ଜିଆ(କେନ୍ଯୁଜ୍): ବେଳେ ବେଳେ ସମାଜରେ ଏପରି ନାରକୀୟ କାଣ୍ଡ ଘଟିଯାଏ ଯାହାକୁ ଏକ ସଭ୍ୟ ସମାଜ ପକ୍ଷେ ସହ୍ୟ କରିବା ଅସମ୍ଭବ ହୁଏ । ମଣିଷ ଏଠି ପାଲଟି ଯାଏ ସୈତାନ । ଏମିତି ଏକ ଖବର ସାମ୍ନାକୁ ଆସିଛି, ଯାହାକୁ ଶୁଣିଲେ ଆପଣଙ୍କ ଲୋମ ଟାଙ୍କୁରୀ ଉଠିବ, ଆପଣଙ୍କ ରକ୍ତ ଗରମ ହୋଇଯିବ। ପୁଣି ସିମା ପାର କଲା ଲଜ୍ଜା।

ହାଟରୁ ଫେରୁଥିବା ସମୟରେ ଘରେ ଛାଡିଦେବାକୁ କହି ଜଣେ ୫୫ ବର୍ଷୀୟା ମହିଳାଙ୍କ ଗଣ ଦୁଷ୍କର୍ମର ଶିକାର ହୋଇଛନ୍ତି । ଏହିଭଳି ଏକ ଅଭାବୀୟ  ଲଜ୍ଜାଜନକ ଘଟଣା  ଘଟିଛି ରରଆଁ ଥାନା ଅନ୍ତର୍ଗତ ଭଣ୍ଡନ ନଦୀ କୂଳରେ । ଗତକାଲି ଶୁକୃଳି ସାପ୍ତାହିକ ହାଟରୁ ଫେରୁଥିବା ସମୟରେ ଗାଁରେ ପହଁଚେଇ ଦେବାକୁ କହି ଦୁଇ ଜଣ ବ୍ଯକ୍ତି ବାଇକରେ  ପ୍ରଥମେ ମହିଳାଙ୍କୁ ବସାଇ ନଦୀକୂଳକୁ ନେଇ ଯାଇଥିଲେ । ସେଠାରେ ୭ ରୁ ୮ ଜଣ ମିଶି ଗଣ ବଳତ୍କାର କରିଥିବାର ନେଇ ମହିଳା ଜଣଙ୍କ ଡାକ୍ତରଙ୍କୁ କହିଛନ୍ତି ।

ଦୁଷ୍କର୍ମ କରିବା ସମୟରେ ପାଟି କରିବାରୁ ମହିଳାଙ୍କ ମୁଣ୍ଡ ଏବଂ ଅନ୍ଯାନ୍ଯ ସ୍ଥାନରେ ଆକ୍ରମଣ କରିଥିଲେ ଦୁର୍ବୃତ୍ତମାନେ। ଦୁଷ୍କର୍ମ କରିବା ପରେ ମହିଳାଙ୍କୁ ଛାଡି ଚାଲିଯାଇଥିଲେ । କିଛି ସମୟରେ ପରେ ଶୁକୃଳି ଓ ରରଆଁ ରାସ୍ତାରେ ମହିଳା ଜଣଙ୍କ ଉଲଗ୍ନ ଅବସ୍ଥାରେ ବସି କାନ୍ଦୁଥିବାର ଦେଖି ଅଗ୍ନିଶମ ବିଭାଗ କର୍ମଚାରୀକୁ ଖବର ଦେଇଥିଲେ ସ୍ଥାନୀୟ ବାସିନ୍ଦା । ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଁଚି ଶୁକୃଳି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ମହିଳା ଜଣଙ୍କ ଘର ଶୁକୃଳି ବ୍ଲକର ଏକଘରି ବୋଲି ଜଣାପଡ଼ିଛି । ଡାକ୍ତର ସମସ୍ତ ପରୀକ୍ଷା କରିବା ପରେ ଗଣ ଦୁଷ୍କର୍ମ ହୋଇଥିବା ନେଇ ସୂଚନା ଦେଇଛନ୍ତି ।

ତେବେ ମାମଲାକୁ ଅତି ଗମ୍ଭୀରତାର ସହିତ ନିଆଯିବା ସହିତ, ସଙ୍ଗେ ସଙ୍ଗେ ଘଟଣାର ତଦନ୍ତ ଆରମ୍ଭ କରାଯାଇ ଅଭିଯୁକ୍ତଙ୍କୁକୁ ତୁରନ୍ତ ଗିରଫ କରାଯିବାକୁ ସାଧାରଣରେ ଦାବି ହୋଇଛି । ଅଭିଯୁକ୍ତମାନଙ୍କୁ କାବୁ କରିବା ପାଇଁ ପୋଲିସ୍ ତନାଘନା ଆରମ୍ଭ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.