ରାଜ୍ୟ

ଯୁକ୍ତ ୨ ଜୁନିୟର କଲେଜରେ ବଢିଲା ୫୫ ହଜାର ସିଟ୍‌, ନାମଲେଖା ପାଇଁ ଆସନ୍ତା ୧୨ ତାରିଖରୁ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ବର(କେନ୍ଯୁଜ୍): ଯୁକ୍ତ ୨ ଜୁନିୟର କଲେଜରେ ବଢିଲା ୫୫ ହଜାର ସିଟ୍‌। ରାଜ୍ୟର ମୋଟ ୮ଶହ ଜୁନିୟର କଲେଜରେ ୫୫ହଜାର ଆସନ ବୃଦ୍ଧି ପାଇଁ ଅନୁମତି ପ୍ରଦାନ କରାଯାଇଛି । ୨୦୨୧-୨୨ ଶିକ୍ଷାବର୍ଷ ପାଇଁ ସିଟ୍‌ ବୃଦ୍ଧି କରିଛନ୍ତି ସରକାର । ଯୁକ୍ତ ଦୁଇ ନାମଲେଖା ପାଇଁ ଆସନ୍ତା ୧୨ ତାରିଖରୁ ପ୍ରକ୍ରିୟା ଆରମ୍ଭ ହେବ । ଏନେଇ ପ୍ରସ୍ତୁତି ସରିଥିବା ବେଳେ ଖୁବଶୀଘ୍ର ଘୋଷଣା କରାଯିବ ।

ସେପଟେ ୮ଶହ ଜୁନିୟର କଲେଜ ୭୨ ହଜାର ଆସନ ବୃଦ୍ଧି ପାଇଁ ଆବେଦନ କରିଥିଲେ । ଅନ୍ୟପଟେ ଆସନ ବୃଦ୍ଧି ହୋଇଥିଲେ ମଧ୍ୟ କୌଣସି ସରକାରୀ ଓ ଘରୋଇ ଶିକ୍ଷାନୁଷ୍ଠାନ ନାମଲେଖା ଦେୟ ବଢାଇ ପାରିବେନି । ଗତବର୍ଷ ଯାହା ଥିଲା, ଚଳିତ ବର୍ଷ ମଧ୍ୟ ସମାନ ଦେୟ ରହିବ । ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଓ ବିଭାଗର ଅଧିକାରୀଙ୍କୁ ନେଇ ଗଠିତ ହାଇ ପାଓ୍ଵାର କମିଟି ବୈଠକରେ ନିଷ୍ପତ୍ତି ନିଆଯାଇଛି । ବିଜ୍ଞାନ ପାଠ୍ୟକ୍ରମରେ ୧୩ ହଜାର ସିଟ୍‌, ବାଣିଜ୍ୟରେ ୩ ହଜାର, କଳା ପାଠ୍ୟକ୍ରମରେ ସର୍ବାଧିକ ୩୫ ହଜାର ଉର୍ଦ୍ଧ୍ୱ ସିଟ୍‌ ବୃଦ୍ଧି ହୋଇଛି ।

Sonalisa

Recent Posts

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

4 mins ago

ଲୋକସଭାରେ ରାହୁଲ ଗାନ୍ଧି ହେବେ ବିରୋଧୀ ନେତା, INDIA ବ୍ଲକ ବୈଠକରେ ନିଷ୍ପତ୍ତି

ଲୋକସଭାରେ ବିରୋଧୀ ନେତା ହେବେ ରାହୁଲ ଗାନ୍ଧି । ଇଣ୍ଡିଆ ବ୍ଲକ୍‌ ଏହା ଉପରେ ମୋହର ମାରିଛି । କଂଗ୍ରେସର…

4 mins ago

ପୁଣି ଲୋକସଭା ବାଚସ୍ପତି ହେଲେ ଓମ୍‌ ବିର୍ଲା, ବାଚ୍‌ନିକ ଭୋଟରେ ହେଲେ ବିଜୟୀ

ପୁଣି ଲୋକସଭାର ବାଚସ୍ପତି ଭାବେ ନିର୍ବାଚିତ ହେଲେ ଓମ୍‌ ବିର୍ଲା । ବାଚ୍‌ନିକ ଭୋଟରେ ନିର୍ବାଚିତ ହେଲେ ଓମ୍‌ ବିର୍ଲା…

8 mins ago

ଆମେରିକା : ଲାସ୍‌ ଭେଗାସ ଆପାର୍ଟମେଣ୍ଟରେ ଗୁଳିମାଡ଼, ୫ ମୃତ

ଆମେରିକାର ଲାସ୍ ଭେଗାସ୍ ସହରରେ ଥିବା ଏକ ଆପାର୍ଟମେଣ୍ଟ ପରିସରରେ ଆଖିବୁଜା ଗୁଳିମାଡ କଲା ଦୁର୍ବୃତ୍ତ । ଗୁଳିକାଣ୍ଡରେ ୫…

31 mins ago

ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ କେଭି ସିଂଦେଓ…

39 mins ago

ଆଜି ଶ୍ରୀମୁଖ ଫିଟା ନୀତି, ଆସନ୍ତାକାଲିଠୁ ଫୁଲୁରି ତେଲ ଲାଗି ହୋଇ ସୁସ୍ଥ ଅନୁଭବ କରିବେ ମହାପ୍ରଭୁ

ପୁରୀ: ମହାପ୍ରଭୁଙ୍କ ଅନବସର ନୀତିର ଆଜି ପଞ୍ଚମ ଦିନ । ଚାଲିଛି ପ୍ରଭୁଙ୍କ ସେବା ପୂଜା । ଆଜି ମହାପ୍ରଭୁଙ୍କ…

45 mins ago