ପିଏମ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ୧ ନଂ ର ୫୫ ତମ ବାର୍ଷିକ ଉତ୍ସବ, ଯୋଗଦେଲେ ଖୋର୍ଦ୍ଧା ଜିଲ୍ଲାପାଳ ଓ କେଭି ଭୁବନେଶ୍ୱର କ୍ଷେତ୍ର ଉପ-ଆୟୁକ୍ତ

ଭୁବନେଶ୍ୱର : ଭୁବନେଶ୍ୱର ୟୁନିଟ ୯ ସ୍ଥିତ ପିଏମ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ୧ ନଂ ର ୫୫ ତମ ବାର୍ଷିକ ଉତ୍ସବ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଖୋର୍ଦ୍ଧା ଜିଲ୍ଲାପାଳ ଚଞ୍ଚଳ ରଣା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥିଭାବେ କେନ୍ଦ୍ରୀୟ ବିଦ୍ୟାଳୟ ଭୁବନେଶ୍ୱର କ୍ଷେତ୍ର ଉପ-ଆୟୁକ୍ତ ଡ଼. ଶ୍ରୀହରନ ବୋଷ ଯୋଗ ଦେଇ ଉତ୍ସବକୁ ଉଦ୍ଘାଟନ କରିଥିଲେ ।
ଅତିଥିମାନେ ପିଲାମାନଙ୍କର ଉଜ୍ଜଳ ଭବିଷ୍ୟତ କାମନା କରିବା ସହ ଅଭିଭାବକମାନେ ପିଲାଙ୍କୁ ପାଠ ପଢା ଓ କ୍ୟାରିଅର ଗଠନ ନେଇ ଚାପମୁକ୍ତ ରଖିବାକୁ ମତ ଦେଇଥିଲେ । ନିଜ ପିଲାଙ୍କୁ ପ୍ରଥମେ ଜଣେ ଭଲ ନାଗରିକ ହେବାକୁ ପ୍ରୋତ୍ସାହିତ କରିବା ପାଇଁ ଅତିଥିମାନେ ଅଭିଭାବକଙ୍କୁ ପରାମର୍ଶ ଦେଇଥିଲେ ।
ବିଦ୍ୟାଳୟର ଅଧ୍ୟକ୍ଷ ଆଦିତ୍ୟ କୁମାର ପଣ୍ଡା ସ୍ୱାଗତ ଭାଷଣ ଦେବା ସହ ବିଦ୍ୟାଳୟର ବାର୍ଷିକ ରିପୋର୍ଟ ଉପସ୍ଥାପନ କରିଥିଲେ । ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ ଓ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା । ଏଥିସହ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇ କୃତିତ୍ୱ ଅର୍ଜନ କରିଥିବା ପ୍ରତିଯୋଗୀଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । ଏହି ଉତ୍ସବରେ ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି ଓ ଅଭିଭାବକମାନେ ଯୋଗ ଦେଇଥିଲେ ।