୫୮୪ ବୋତଲ ବିଦେଶୀ ମଦ ଜବତ, ୭ ଗିରଫ

ସମ୍ବଲପୁର : ପାର୍ଵଣ ସମୟରେ ସମ୍ବଲପୁର ପୋଲିସକୁ ବଡ଼ ସଫଳତା । ବ୍ୟାପକ ମଦ ଓ କୋରେକ୍ସ ଜବତ କରିବା ସହ ୭ ଜଣଙ୍କୁ ଗିରଫ କରିଛି ପୋଲିସ । ଲକ୍ଷ୍ମୀ ଡୁଙ୍ଗୁରୀରେ ଏକ ଅଟୋକୁ ଯାଞ୍ଚ କରିବା ସମୟରେ ସେଥିରେ ପୋଲିସ ବିଦେଶୀ ମଦ ଠାବ କରିଥିଲ। ଏହା ପରେ ଅଟୋରେ୧୪ ଟି ପେଟିରେ ଥିବା ମୋଟ ୫୮୪ ବୋତଲ ବିଦେଶୀ ମଦ ଜବତ କରାଯାଇଛି ।
ବରେଇପାଲିର ଏକ ବିଦେଶୀ ମଦ ଦୋକାନରୁ ବୁର୍ଲାକୁ ବେଆଇନ ଭାବରେ ଚୋରାଚାଲାଣ ହେଉଥିଲା । ମଦଚାଲାଣ ନେଇ କୌଣସି କାଗଜପତ୍ର ନଥିବାରୁ ପୋଲିସ ଜବତ କରିବା ସହ ୩ ଜଣ କୁ ପୋଲିସ ଗିରଫ କରିଥିଲା । ମୋଟ ୧୨୦ ଲିଟର ବିଦେଶୀ ମଦ ଥିବା ନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ସେହିପରି ଅଇଁଠାପାଲି ଥାନା ଅନ୍ତର୍ଗତ ମହାନଦୀ ବିହାର ଜାତୀୟ ରାଜପଥରୁ ପୋଲିସ ୭୦ ବୋତଲ ବେଆଇନ କଫସିରଫ ଜବତ କରିବା ସହ ୩ ଟି ବାଇକକୁ ଜବତ କରିଛି । ଏହି ଘଟଣାରେ ୪ ଜଣକୁ ଗିରଫ କରାଯାଇଛି ।