ଓଡ଼ିଶାରେ ଗତ ୨୪ ଘଣ୍ଟାରେ ୫୯ ନୂଆ ପଜିଟିଭ ଚିହ୍ନଟ, କଟକ ଜିଲ୍ଲାରୁ ସର୍ବାଧିକ ୧୦ ଜଣ

ଭୁବନେଶ୍ୱର(କେନ୍ୟୁଜ): ରାଜ୍ୟରେ ଗତ ୨୪ ଘଣ୍ଟାରେ ୫୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୩୫ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୨୪ ଜଣ ପଜିଟିଭ ସ୍ଥାନୀୟ ସଂକ୍ରମଣରୁ ଚିହ୍ନଟ ହୋଇଛନ୍ତି। ସଂକ୍ରମିତଙ୍କ ମଧ୍ୟରେ ୧୦ ଜଣ ୧୮ ବର୍ଷରୁ କମ୍ ବୟସର ଶିଶୁ- କିଶୋର ଥିବା ଜଣାଯାଇଛି। ଆଜି କଟକ ଜିଲ୍ଲାରୁ ସର୍ବାଧିକ ୧୦ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି।


ସେହିଭଳି ବରଗଡ଼ରେ ୧, ବଲାଙ୍ଗୀରରେ ୪, କଟକରେ ୧୦, ଦେଓଗଡ଼ରେ ୧, ଜଗତସିଂହପୁରରେ ୪, ଯାଜପୁରରେ ୩, ଖୋର୍ଦ୍ଧାରେ ୫, କୋରାପୁଟରେ ୫, ମୟୂରଭଞ୍ଜରେ ୧, ନବରଙ୍ଗପୁରରେ ୧, ନୂଆପଡ଼ାରେ ୧, ପୁରୀରେ ୬, ସମ୍ବଲପୁରରେ ୬, ସୋନପୁରରେ ୧, ସୁନ୍ଦରଗଡ଼ରେ ୯ ଓ ଷ୍ଟେଟ ପୁଲରୁ ଜଣେ ସଂକ୍ରମିତ ହୋଇଛନ୍ତି।

Also Read: ଫ୍ୟାନ୍‌ଙ୍କୁ ଧୋକା ଦେଲେ ଉର୍ବଶୀ, ସୋସିଆଲ ମିଡିଆରେ ପୁଣିଥରେ ହେଲେ ଟ୍ରୋଲର ଶିକାର

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.