ରାଜ୍ୟ

ସକାଳୁ ଶ୍ରୀକ୍ଷେତ୍ରରେ 5T ଓ ନବୀନ ଓଡ଼ିଶାର ଅଧ୍ୟକ୍ଷ, ଉନ୍ନୟନ କାର୍ଯ୍ୟର କଲେ ସମୀକ୍ଷା

ପୁରୀ (କେନ୍ୟୁଜ): ପୁରୀ ରେ 5T ତଥା ନବୀନ ଓଡ଼ିଶାର ଅଧ୍ୟକ୍ଷ ଭି.କାର୍ତ୍ତିକେୟନ ପାଣ୍ଡିଆନ। ଆଜି ଭୋରରୁ ପୁରୀ ଗସ୍ତ କରି ପ୍ରଥମେ ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଥିଲେ। ସମୟସୀମା ମଧ୍ୟରେ ପ୍ରକଳ୍ପ କାମ ସାରିବାକୁ ନିର୍ମାଣକାରୀ ସଂସ୍ଥାର ଅଧିକାରୀଙ୍କୁ ନିର୍ଦେଶ ଦେଇଛନ୍ତି । ପ୍ରକଳ୍ପ କାର୍ଯ୍ୟ ସମ୍ପର୍କରେ ବରିଷ୍ଠ ଅଧିକାରୀ ବିଭିନ୍ନ ଦ୍ୱାରରେ ଲାଗିବାକୁ ଥିବା ନାମ ଫଳକ ଓ ଭିନ୍ନ ଭିନ୍ନ ରଙ୍ଗର ସାଇନେଜ ବ୍ୟବସ୍ଥା ସମ୍ପର୍କରେ 5T ଅଧ୍ୟକ୍ଷଙ୍କୁ ଅବଗତ କରାଇଛନ୍ତି।

ଶ୍ରୀମନ୍ଦିର ଚାରିପଟେ ସୌନ୍ଦର୍ଯ୍ୟ କାରଣ ନେଇ ବିଶେଷ ବ୍ୟବସ୍ଥା ଗ୍ରହଣ କରାଯିବ ସହିତ ସ୍ବତନ୍ତ୍ର ଆଲୋକୀକରଣ ନେଇ ପଦକ୍ଷେପ ଉପରେ ମଧ୍ୟ ପାଣ୍ଡିଆନ ଅବଗତ ହୋଇଥିଲେ। ପରେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଏକ ବୈଠକ 5ଟି ଅଧ୍ୟକ୍ଷ ନେଇ ଥିବାବେଳେ ପ୍ରକଳ୍ପ କାର୍ଯ୍ୟ ଓ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ଉପରେ ଆଲୋଚନା କରାଯାଇଛି ।

ବୈଠକରେ କେନ୍ଦ୍ରାଞ୍ଚଳ ଆଇଜି, ପୁରୀ ଜିଲ୍ଲାପାଳ,ପୁରୀ ଏସପିଙ୍କ ସମେତ ଉପଜିଲ୍ଲାପାଳ ଓ ଶ୍ରୀମନ୍ଦିର ନୀତି ପ୍ରଶାସକ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ରହିଥିଲେ। ଦିନକୁ ଦିନ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ଼ ଶ୍ରୀମନ୍ଦିରରେ ବଢୁଥିବା ବେଳେ ଭିଡ଼ ନିୟନ୍ତ୍ରଣ ଓ ଶୃଙ୍ଖଳିତ ଦର୍ଶନ କିପରି ହୋଇପାରିବ ତାହା ଉପରେ ସ୍ୱତନ୍ତ୍ର ମ୍ୟାପ ପ୍ରସ୍ତୁତ କରାଯାଇ ପଦକ୍ଷେପ ନିଆଯିବାକୁ 5ଟି ଅଧ୍ୟକ୍ଷ ନିର୍ଦେଶ ଦେଇଛନ୍ତି ।

 

Barsha

Recent Posts

ପତ୍ନୀ ହୋଇ ରହିଲେ ମାସକୁ ୫ ହଜାର ଟଙ୍କା ଦେବି, ବୋହୂକୁ ଏମିତି ଅଫର ଦେଲା ଶଶୁର

ପତ୍ନୀ ହୋଇ ରହିଲେ ମାସକୁ ୫ ହଜାର ଟଙ୍କା ଦେବି । ଶଶୁରଙ୍କ ଏଭଳି କଥାରେ ଥାନାରେ ପହଞ୍ଚିଛି ବୋହୂ…

20 mins ago

ଯୁବକ ଗିଳିଦେଲେ ଛୁଞ୍ଚି, ଲୁହା କଣ୍ଟା ଓ ନଟ-ବୋଲ୍ଟ, ମାନସିକ ସ୍ତରରେ ଦୁର୍ବଳ ହୋଇ କଲେ ଏମିତି କାଣ୍ଡ

ରାଜସ୍ଥାନ ଜୟପୁରସ୍ଥିତ ଏସଏମଏସ ସରକାରୀ ଡାକ୍ତରଖାନାର ଡାକ୍ତରମାନେ ଲେପ୍ରୋସ୍କୋପି ସାହାଯ୍ୟରେ ଜଣେ ଯୁବକଙ୍କର ଅପରେସନ୍ କରିଛନ୍ତି ଏବଂ ଯୁବକଙ୍କ ପେଟରୁ…

21 mins ago

୧୦ ଟଙ୍କିଆ ଥଣ୍ଡା ପାନୀୟ ଭିତରୁ ବାହାରିଲା କଣ୍ଡୋମ୍: ଆଶ୍ଚର୍ଯ୍ୟ ଲାଗୁଛି ନା, କିନ୍ତୁ ଘଟଣାଟି ସତ

ମୋହନା(କେନ୍ୟୁଜ) : ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ବଢ଼ିବାରେ ଲାଗିଥିବାବେଳେ ଗଜପତି ଜିଲ୍ଲାରେ ମଧ୍ୟ ଅସହ୍ୟ ଗରମ ଅନୁଭୂତ ହେଉଛି…

53 mins ago

ପୁଣି ବିରୋଧୀଙ୍କ ଉପରେ ବର୍ଷିଲେ ପାଣ୍ଡିଆନ୍, କହିଲେ ଚାଷୀଙ୍କ ପାଇଁ କିଛି କରିନି ବିଜେପି

ଭୁବନେଶ୍ୱର (କେନ୍ୟୁଜ): ବିଜେପି ଉପରେ ପୁଣି ବର୍ଷିଲେ କାର୍ତ୍ତିକ ପାଣ୍ଡିଆନ୍ । କେନ୍ଦ୍ରରେ ଦଶ ବର୍ଷ କ୍ଷମତାରେ ରହିବା ସତ୍ତ୍ବେ…

1 hour ago

ସେଣ୍ଟ୍ରାଲ ବ୍ୟାଙ୍କରେ ଖାଲିପଡିଛି ଅନେକ ପଦବୀ, ଇଣ୍ଟରଭ୍ୟୁରେ ହେବ ଚୟନ

ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆରେ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ଏହା ଅନୁଯାୟୀ ବ୍ୟାଙ୍କରେ ବିଭିନ୍ନ ପଦବୀ…

1 hour ago

ପ୍ରଶାନ୍ତ ଜଗଦ୍ଦେବ ଅସୁସ୍ଥ, SCB ମେଡିକାଲରେ ଭର୍ତ୍ତି

କଟକ (କେନ୍ୟୁଜ): କଟକ scb ବଡ଼ ମେଡିକାଲରେ ଭର୍ତ୍ତି ହେଲେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ।  ସ୍ୱାସ୍ଥ୍ୟ ଅବସ୍ଥା ଖରାପ…

2 hours ago