ଖୋର୍ଦ୍ଧା ବରୁଣେଇ ପୀଠରେ 5T ଅଧ୍ଯକ୍ଷ କାର୍ତ୍ତିକ ପାଣ୍ଡିଆନ, ମା’ଙ୍କ ଦର୍ଶନ ସହ ମନ୍ଦିରର ରୂପାନ୍ତର ପାଇଁ କଲେ ସମୀକ୍ଷା
ଖୋର୍ଦ୍ଧା ବରୁଣେଇ ପୀଠରେ ବିକାଶର ସମୀକ୍ଷା । 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଆଜି ଭୋର ୫ଟାରେ ବରୁଣେଇ ମନ୍ଦିରରେ ପହଞ୍ଚି ମାଆଙ୍କୁ ଦର୍ଶନ କରିଥିଲେ । ପୂଜାର୍ଚ୍ଚନା କରିବା ସହ ବେଢା ପରିକ୍ରମା କରିଥିଲେ । ଏହାପରେ ମନ୍ଦିରର ରୂପାନ୍ତରଣ ନେଇ ବରିଷ୍ଠ ଅଧିକାରୀ ଏବଂ ସେବାୟତଙ୍କ ସହ ଆଲୋଚନା କରିଥିଲେ ।

ଖୋର୍ଦ୍ଧା (କେନ୍ୟୁଜ): ଖୋର୍ଦ୍ଧା ବରୁଣେଇ ପୀଠରେ ବିକାଶର ସମୀକ୍ଷା । 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଆଜି ଭୋର ୫ଟାରେ ବରୁଣେଇ ମନ୍ଦିରରେ ପହଞ୍ଚି ମାଆଙ୍କୁ ଦର୍ଶନ କରିଥିଲେ । ପୂଜାର୍ଚ୍ଚନା କରିବା ସହ ବେଢା ପରିକ୍ରମା କରିଥିଲେ । ଏହାପରେ ମନ୍ଦିରର ରୂପାନ୍ତରଣ ନେଇ ବରିଷ୍ଠ ଅଧିକାରୀ ଏବଂ ସେବାୟତଙ୍କ ସହ ଆଲୋଚନା କରିଥିଲେ । ଭକ୍ତଙ୍କୁ ସର୍ବୋତ୍ତମ ସେବା ଯୋଗାଇ ଦେବା ସହ ମନ୍ଦିରର ଉନ୍ନତିକରଣ ପାଇଁ ଟିକିନିଖି ଭାବେ ଅନୁଧ୍ୟାନ କରିଛନ୍ତି।
ମନ୍ଦିର ଚାରିପାଖ ବୁଲି ଦେଖିବା ସହ କିଭଳି ଉନ୍ନତିକରଣ କାର୍ଯ୍ୟ କରାଯାଉଛି ସେନେଇ ସମୀକ୍ଷା କରିଥିଲେ । ପୀଠରେ ଥିବା ସୀତାକୁଣ୍ଡ, ବରୁଣେଇ ପାହାଡ଼ ଶିଖରକୁ ଯିବା ପାଇଁ ରାସ୍ତା ଏବଂ ରୋପୱେ ଇତ୍ୟାଦି କାର୍ଯ୍ୟର ଅନୁଧ୍ୟାନ କରିଥିଲେ । କାର୍ତ୍ତିକ ପାଣ୍ଡିଆନଙ୍କ ସହ କ୍ରୀଡ଼ା ସିଚବ ଭିନିଲ କ୍ରିଷ୍ଣା, ଖୋର୍ଦ୍ଧା ଜିଲ୍ଲାପାଳ ଓ ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।