ଖୋର୍ଦ୍ଧା ଶିଳ୍ପାଞ୍ଚଳରେ ୫ଟି ସଚିବ ଭି.କେ ପାଣ୍ଡିଆନ୍, ଶିଳ୍ପ ଓ ଶିଳ୍ପାଞ୍ଚଳର ବିକାଶ ନେଇ ସମୀକ୍ଷା ବୈଠକ

ଖୋର୍ଦ୍ଧା (କେନ୍ୟୁଜ): ଫାଇଭ୍‌ ଟି ଫୋକସରେ ଖୋର୍ଦ୍ଧା । ଶିଳ୍ପ ଓ ଶିଳ୍ପାଞ୍ଚଳର ବିକାଶ ନେଇ ସମୀକ୍ଷା ବୈଠକ । ଉପସ୍ଥିତ ଅଛନ୍ତି ଫାଇଭ୍‌ ଟି ସଚିବ ଭି. କେ. ପାଣ୍ଡିଆନ୍‌ । ବୈଠକରେ ଇଡ୍‌କୋ ପରିଚାଳନା ନିର୍ଦ୍ଦେଶକ ଭୁପେନ୍ଦ୍ର ସିଂ ପୁନିଆଙ୍କ ସମେତ ଖୋର୍ଦ୍ଧା ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀ, ଖୋର୍ଦ୍ଧା ଏସପି ସିଦ୍ଧାର୍ଥ କାଟ୍ଟାରିଆଙ୍କ ସମେତ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ ସାମିଲ । ଖୋର୍ଦ୍ଧା ଶିଳ୍ପାଞ୍ଚଳର ଉଦ୍ୟୋଗୀ ଓ ବିଭିନ୍ନ କମ୍ପାନୀର ପ୍ରତିନିଧିଙ୍କ ସହ ଆଲୋଚନା କରିଛନ୍ତି 5T ସଚିବ ।

ପ୍ରଥମେ ଏସଏମ୍‌ଏସ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ଼ରେ ପହଞ୍ଚି କମ୍ପାନୀ ପରିଦର୍ଶନ ସହ ଅଧିକାରୀଙ୍କ ସହ ଆଲୋଚନା କରୁଛନ୍ତି । ଇଣ୍ଡନିସନ ଫୁଡ ପ୍ରାଇଭେଟ ଲିମିଟେଡ଼, ହିନ୍ଦୁସ୍ଥାନ କୋକାକୋଲା, ସେଞ୍ଚୁରି ଫାଇଭର ପ୍ଳେଟସ୍‌ ପ୍ରାଇଭେଟ ଲିମିଟେଡ଼ର ଉଚ୍ଚପଦସ୍ଥ ଅଧିକାରୀଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ବିଶେଷ କରି ଶିଳ୍ପାଞ୍ଚଳର ବିକାଶ, ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି, ଉତ୍ପାଦନ କ୍ଷମତା ବୃଦ୍ଧି କରିବା, ଅଧିକ ପୁଞ୍ଜି ନିବେଶ କରିବା, କ୍ଵାଲିଟି ପ୍ରଡକ୍ଟ ଉତ୍ପାଦନ ଉପରେ ଗୁରୁତ୍ୱ ଦେଇଛନ୍ତି 5T ସଚିବ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.