5T ସଚିବ ପାଣ୍ଡିଆନଙ୍କ ଅଲାରନାଥ ମନ୍ଦିର ପରିଦର୍ଶନ, ବିଭିନ୍ନ ଉନ୍ନତିମୂଳକ ପ୍ରକଳ୍ପ ର ଅଗ୍ରଗତି ନେଇ ଅନୁଧ୍ୟାନ 

ବ୍ରହ୍ମଗିରି(କେନ୍ୟୁଜ) : ଆଜି ସଚିବ ପାଣ୍ଡିଆନ ବ୍ରହ୍ମଗିରି ଗସ୍ତରେ ଯାଇ ଅଲାରନାଥ ମନ୍ଦିର ପରିଦର୍ଶନ କରିଛନ୍ତି । ମନ୍ଦିରର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଅନୁଧ୍ୟାନ କରିଛନ୍ତି । ଏକ ବର୍ଷ ଭିତରେ ଏହି ସବୁ ପ୍ରକଳ୍ପର କାର୍ଯ୍ୟ ଶେଷ ହେବ ବୋଲି ପ୍ରତିଶୃତି ଦେଇଛନ୍ତି । ଆଜି ଅପରାହ୍ନ ଚାରିଟା ସମୟରେ 5T ସଚିବ ଅଲାରନାଥ ରେ ପହଞ୍ଚି ଥିଲେ ।

ଅଲାରନାଥ ମନ୍ଦିର ସିଂହ ଦ୍ୱାରରେ ତାଙ୍କୁ ପୂରୀ ଜିଲ୍ଲାପାଳ, ଉପ ଜିଲ୍ଲାପାଳ, ବ୍ରହ୍ମଗିରି ତହସିଲଦାର ଓ ମନ୍ଦିର ସେବାୟତ ମାନେ ତାଙ୍କୁ ସ୍ୱାଗତ କରିଥିଲେ । ରତ୍ନବେଦିରେ ମହାପ୍ରଭୁଙ୍କର ଦର୍ଶନ କରି ମନ୍ଦିର ବେଢ଼ା ପରିକ୍ରମା କରି ଥିଲେ । ପରେ ଲକ୍ଷ୍ମୀ ଓ ଚୈତନ୍ଯ ମନ୍ଦିରରେ ଦର୍ଶନ କରି ମନ୍ଦିର ସେବାୟତ , ଜିଲ୍ଲାପାଳ ଓ ଉଚ୍ଚ ଅଧିକାରୀଙ୍କ ସହିତ ମନ୍ଦିରର ସୌନ୍ଦର୍ଯ୍ୟକରଣ ବିଷୟରେ ବିଭିନ୍ନ ପ୍ରକଳ୍ପର ଆବଶ୍ଯକତା ସମ୍ପର୍କରେ ଆଲୋଚନା କରିଥିଲେ ।

ମନ୍ଦିରର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ, ପାରିପାର୍ଶ୍ୱିକ ଉନ୍ନତି ଓ ବିଭିନ୍ନ ପ୍ରକଳ୍ପର କାର୍ଯ ଏକ ବର୍ଷ ମଧ୍ୟରେ ଶେଷ କରିବାକୁ ପ୍ରତିଶ୍ରୁତି ଦେଇଥିଲେ । ରାଜ୍ଯରେ ବିଭିନ୍ନ ମନ୍ଦିର ର ଉନ୍ନତିକରଣ ଭଳି ବ୍ରହ୍ମଗିରି ର ଶ୍ରୀ ଅଲାରନାଥଙ୍କ ମନ୍ଦିର ଯୋଡ଼ି ହୋଇଥିବା 5T ସଚିବ କହିଛନ୍ତି ।

ସେଥିପାଇଁ ଆଜି ଅପରାହ୍ନ ଚାରିଟା ରେ ଅଲାରନାଥ ମନ୍ଦିର ରେ ପହଞ୍ଚି ଠାକୁରଙ୍କୁ ଦର୍ଶନ କରି ମନ୍ଦିର ଚତୁପାର୍ଶ୍ୱ ପରିଦର୍ଶନ କରି ଜିଲ୍ଲା ପ୍ରଶାସନ, ସ୍ଥାନୀୟ ପ୍ରଶାସନ ଙ୍କ ସହିତ ଆଲୋଚନା କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.