ମୟୂରଭଞ୍ଜ ପର୍ଯ୍ୟଟନ କ୍ଷେତ୍ରର ବଦଳିବ ରୂପରେଖ, ବିକାଶ କାର୍ଯ୍ୟର ସମୀକ୍ଷା କରୁଛନ୍ତି 5T ସଚିବ ଭି.କେ ପାଣ୍ଡିଆନ୍‌

ବାରିପଦା ଗସ୍ତ କରି ଶ୍ରୀ ଶ୍ରୀ ହରି ବଳଦେବଜୀଉଙ୍କ ମନ୍ଦିର ପରିଦର୍ଶନ କରିବା ସହ ଉନ୍ନତିମୂଳକ କାର୍ଯ୍ୟର ତଦାରଖ କଲେ 5T ସଚିବ ଭି.କେ ପାଣ୍ଡିଆନ । ମନ୍ଦିର ସମସ୍ୟା ନେଇ ସେବାୟତ ଅବଗତ କରାଇବା ପରେ ତୁରନ୍ତ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

ମୟୁରଭଞ୍ଜ(କେନ୍ୟୁଜ୍): ପର୍ଯ୍ୟଟନ କ୍ଷେତ୍ରରେ ବଦଳିବ ମୟୂରଭଞ୍ଜର ରୂପରେଖ। ଦୁଇ ଦିନିଆ ମୟୂରଭଞ୍ଜ ଗସ୍ତରେ ଯାଇ ବିକାଶ କାର୍ଯ୍ୟର ସମୀକ୍ଷା କରୁଛନ୍ତି 5T ସଚିବ ଭି.କେ ପାଣ୍ଡିଆନ୍‌ । ଆଜି ବାରିପଦା ଗସ୍ତ କରି ଶ୍ରୀ ଶ୍ରୀ ହରି ବଳଦେବଜୀଉଙ୍କ ମନ୍ଦିର ପରିଦର୍ଶନ କରିବା ସହ ଉନ୍ନତିମୂଳକ କାର୍ଯ୍ୟର ତଦାରଖ କଲେ 5T ସଚିବ ଭି.କେ ପାଣ୍ଡିଆନ । ମନ୍ଦିର ସମସ୍ୟା ନେଇ ସେବାୟତ ଅବଗତ କରାଇବା ପରେ ତୁରନ୍ତ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ପ୍ରଥମ ପର୍ଯ୍ୟାୟରେ ମନ୍ଦିର ସୌନ୍ଦର୍ଯ୍ୟକରଣ ପାଇଁ ୫ କୋଟି ଅନୁଦାନ ଦିଆଯାଇଥିବା ବେଳେ ଆଗକୁ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରି ଅଧିକ ଅନୁଦାନ ଘୋଷଣା କରିବେ ବୋଲି 5ଟି ସଚିବ ପ୍ରତିଶ୍ରୁତି ଦେଇଥିବା କହିଛନ୍ତି ସେବାୟତ ସଂଘ ସଭାପତି । ଏହାପରେ ବାରିପଦା ସ୍ପୋର୍ଟସ୍‌ ହୋଷ୍ଟେଲ ପରିଦର୍ଶନ କରିଛନ୍ତି । ଇନଡୋର ଷ୍ଟାଡିୟମ ବୁଲିବା ସହ ବେଡମିଣ୍ଟନ୍‌ ଓ ସ୍କ୍ଵାସ୍‌ କୋର୍ଟ୍‌ରେ ଖେଳିଲେ 5ଟି ସଚିବ । ଏହାପରେ ଛାତ୍ରମାନଙ୍କ ସହ ପ୍ରାତ ଭୋଜନ କରିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି ପରେ 5T ସଚିବ ଏହାର ସ୍ଥିତି ଅନୁଧ୍ୟାନ କରିବାକୁ ଆସିଛନ୍ତି । ଗତକାଲି ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ବୁଲି ଏହାର ଉନ୍ନତିକରଣ ପାଇଁ ପ୍ରତିଶ୍ରୁତି ଦେବା ସହ ମୟୂରଭଞ୍ଜ ଜିଲ୍ଲାର ମରଣଯନ୍ତା ପାଲଟିଥିବା ଦ୍ୱାରସୁଣି ଘାଟିର ବିକଳ୍ପ ଚିନ୍ତା କରିଛନ୍ତି । ରାଇରଙ୍ଗପୁର ଉପଖଣ୍ଡ ସହିତ ବାରିପଦା ଉପଖଣ୍ଡକୁ ଏହି ଘାଟି ଅଲଗା କରିଦେଉଛି । ଏହି ଘାଟିରେ ବାରମ୍ବାର ଦୁର୍ଘଟଣା ଘଟୁଛି । ୪୯ ନମ୍ବର ଜାତୀୟ ରାଜପଥ ଚନ୍ଦନପୁର ଠାରେ ସମୀକ୍ଷା କରିଛନ୍ତି । ଗସ୍ତର ପ୍ରଥମ ଦିନରେ ଦେବକୁଣ୍ଡ, ଭୀମକୁଣ୍ଡ ଓ ଖିଚିଂ ମନ୍ଦିର ପରିଦର୍ଶନ କରିଥିଲେ 5T ସଚିବ।