ପୁରୀ: ପେଣ୍ଠକଟାରେ ନିର୍ମାଣାଧୀନ ଶ୍ରୀଜଗନ୍ନାଥ ଷ୍ଟାଡିୟମ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କଲେ 5T ସଚିବ

ପୁରୀ(କେନ୍ୟୁଜ୍): ପୁରୀ ପେଣ୍ଠକଟାରେ ନିର୍ମାଣାଧୀନ ଶ୍ରୀଜଗନ୍ନାଥ ଷ୍ଟାଡିୟମ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କଲେ 5T ସଚିବ ଭିକେ ପାଣ୍ଡିଆନ । ସେ ନକ୍ସା ଓ ମ୍ୟାପ ଦେଖିବା ସହ ଚାଲିଖିବା କାର୍ଯ୍ୟ ସଂପର୍କରେ ସମୀକ୍ଷା କରିଥିଲେ । ୧୩ ଏକର ପରିମିତ ଜମିରେ ହେଉଥିବା ଷ୍ଟାଡିୟମରେ କ୍ରିକେଟ ଗ୍ରାଉଣ୍ଡ ସହ ସ୍ୱିମିଂ ପୁଲ ରହିଛି । ଏହାସହ ଶହେ ଶଯ୍ୟା ବିଶିଷ୍ଟ କ୍ରୀଡ଼ା ଛାତ୍ରବାସ ଓ ଇଣ୍ଡୋର ଷ୍ଚାଡିୟମ ମଧ୍ୟ ରହିଛି । ପ୍ରଳୟଙ୍କରୀ ବାତ୍ୟା ଫନିରେ ନିର୍ମାଣାଧୀନ ଶ୍ରୀଜଗନ୍ନାଥ ଷ୍ଟାଡିୟମ କ୍ଷତିଗ୍ରସ୍ତ ହୋଇଥିଲା ।

vk pandian3

ଏହାପରେ ପୁନର୍ବାର ଯୁଦ୍ଧକାଳୀନ ଭିତ୍ତିରେ ଏହାର ନିର୍ମାଣ ଚାଲିଛି । ୪୦ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେଉଛି ନୂଆ ସ୍ପୋର୍ଟସ କମ୍ପ୍ଲେସ । କ୍ରିକେଟ ଷ୍ଟାଡିୟମ୍‌ ସହ ଏଠାରେ ନେଟ୍‌ ପ୍ରାକ୍ଟିସ୍‌ ସହ ରଣଜୀ ମ୍ୟାଚ୍‌ ହୋଇପାରିବା ଭଳି ବ୍ୟବସ୍ଥା ରହିବ । ଏହି ଗସ୍ତ ସମୟରେ ଫାଇଭ୍‌ ଟି ସଚିବଙ୍କ ସହ କ୍ରୀଡ଼ା ସଚିବ ଭିନୀଲ କ୍ରିଷ୍ଣା, ପୁରୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ସହ କ୍ରୀଡ଼ା ବିଭାଗର ଅଧିକାରୀ ଉପସ୍ଥିତ ଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.