କଟକର ବିଭିନ୍ନ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କଲେ 5T ସଚିବ ଭି.କେ. ପାଣ୍ଡିଆନ

5T ସଚିବଙ୍କ ସହ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ, କଟକ କମିସନର, ସିଡିଏ ଅଧ୍ୟକ୍ଷ ଓ ପୂର୍ତ୍ତବିଭାଗର କର୍ମଚାରୀ ମାନେ ଉପସ୍ଥିତ ଥିଲେ।ବସ ଟର୍ମିନାଲର ପ୍ରାୟ ୯୫ ପ୍ରତିଶତ କାର୍ଯ୍ୟ ଶେଷ ହୋଇଛି।

କଟକ(କେନ୍ୟୁଜ୍):କଟକରେ ବିକାଶମୂଳକ କାର୍ଯ୍ୟର ସମୀକ୍ଷା। ସହରର ବିଭିନ୍ନ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି 5T ସଚିବ ଭି.କେ. ପାଣ୍ଡିଆନ। ପ୍ରଥମେ ଖାନନଗରରେ ପହଞ୍ଚି ନେତାଜୀ ବସ୍‌ ଟର୍ମିନାଲ କାର୍ଯ୍ୟର ଅଗ୍ରଗତିର ସମୀକ୍ଷା କରିଛନ୍ତି। 5T ସଚିବଙ୍କ ସହ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ, କଟକ କମିସନର, ସିଡିଏ ଅଧ୍ୟକ୍ଷ ଓ ପୂର୍ତ୍ତବିଭାଗର କର୍ମଚାରୀ ମାନେ ଉପସ୍ଥିତ ଥିଲେ।

ବସ ଟର୍ମିନାଲର ପ୍ରାୟ ୯୫ ପ୍ରତିଶତ କାର୍ଯ୍ୟ ଶେଷ ହୋଇଛି। ନିର୍ଦ୍ଧାରିତ ସମୟ ମଧ୍ୟରେ ପ୍ରକଳ୍ପ ଶେଷ କରିବାକୁ ଗୁରୁତ୍ୱ ଦେଇଛନ୍ତି 5T ସଚିବ ଭିକେ ପାଣ୍ଡିଆନ। ପରେ ତାଳଦଣ୍ଡା କେନାଲ ଓ ଚଣ୍ଡୀ ମନ୍ଦିରର ନବୀକରଣ କାର୍ଯ୍ୟର ସ୍ଥିତି ଅନୁଧ୍ୟାନ କରିବେ। ଚଣ୍ଡି ମନ୍ଦିରର ନବୀକରଣ କାର୍ଯ୍ୟ କେତେ ଆଗେଇଛି ତାହାର ସ୍ଥିତି ପରଖିବେ