କୋରାପୁଟର ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇଲେ 5T ସଚିବ ଭି.କେ.ପାଣ୍ଡିଆନ

କୋରାପୁଟ(କେନ୍ୟୁଜ୍):କୋରାପୁଟର ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲ ପରିଦର୍ଶନ କରିଛନ୍ତି 5T ସଚିବ ଭି.କେ.ପାଣ୍ଡିଆନ । ହସ୍ପିଟାଲର ୬୫୦ ଶଯ୍ୟା ବିଶିଷ୍ଟ ନିର୍ମାଣଧୀନ କାର୍ଯ୍ୟର ଅନୁଧ୍ୟାନ କଲେ 5T ସଚିବ ଭି.କେ.ପାଣ୍ଡିଆନ । ପରେ ବୋରିଗୁମ୍ମା ସରକାରୀ ଉଚ୍ଚ ବିଦ୍ୟାଳୟ ମଧ୍ୟ ପରିଦର୍ଶନ କରିଛନ୍ତି ଫାଇଭ ଟି ସଚିବ ଭି.କେ ପାଣ୍ଡିଆନ ।

ସ୍କୁଲ ବୁଲି ଦେଖିବା ସହ ପିଲାଙ୍କ ସହ ଆଲୋଚନା କରିଥିଲେ । ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇଥିଲେ । ଏହି ଗସ୍ତରେ କ୍ରୀଡ଼ା ସଚିବ ଆର ଭିନିଲ କ୍ରିଷ୍ଣା ଓ ଜିଲ୍ଲାପାଳ ମହମ୍ମଦ ଅବଦଲ ଅକତାର ସାମିଲ ଥିଲେ । ପଟାଙ୍ଗୀ ବ୍ଲକ ଦେଓମାଳିରେ ଦଣ୍ଡାବାଡି ସେବାଶ୍ରମ ଓ ପାଚିଙ୍ଗିରେ ଥିବା ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପରିଦର୍ଶନ କରିଥିଲେ । ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ସହ ଆଲୋଚନା କରିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.