କଳିଙ୍ଗ ଷ୍ଟାଡିୟମରେ କ୍ରୀଡା ଭିତ୍ତିଭୂମିର ସମୀକ୍ଷା କଲେ 5T ସଚିବ ଭିକେ ପାଣ୍ଡିଆନ

ଭୁବନେଶ୍ୱର(କେନ୍ୟୁଜ୍): ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ବିଭିନ୍ନ କ୍ରୀଡା ଭିତ୍ତିଭୂମିର ସମୀକ୍ଷା କଲେ 5T ସଚିବ ଭିକେ ପାଣ୍ଡିଆନ । 5T ଉପକ୍ରମରେ ବିଭିନ୍ନ କ୍ରୀଡ଼ା ଭିତ୍ତିଭୂମିର ବିକାଶ କାର୍ଯ୍ୟକୁ ବୁଲି ଦେଖିଛନ୍ତି । ଏହି ପ୍ରକଳ୍ପ ମଧ୍ୟରେ ଦେଶର ପ୍ରଥମ ଇନ୍‌ଡୋର ଆଥଲେଟିକ ଷ୍ଟାଡିୟମ, ଇନ୍‌ଡୋର ଆକ୍ୱାଟିକ ଷ୍ଟାଡିୟମ, ଟେନିସ ସେଣ୍ଟର, ହକି ହାଇ ପର୍ଫମାନ୍‌ସ ସେଣ୍ଟର, ଜିମ୍ନାଷ୍ଟିକ ସେଣ୍ଟର ଏବଂ ଭାରତର ବୃହତ ସ୍ପୋର୍ଟସ ସାଇନ୍‌ସ ସେଣ୍ଟର ରହିଛି । ଏହା ସହ ଡାଲମିଆ ଭାରତ ସହଭାଗିତାରେ ନିର୍ମିତ ବ୍ୟାଡମିଣ୍ଟନ ହାଇ ପର୍ଫମାନ୍‌ସ ସେଣ୍ଟର ମଧ୍ୟ ବୁଲି ଦେଖିଛନ୍ତି ଭିକେ ପାଣ୍ଡିଆନ ।

ପ୍ରକଳ୍ପର ବିକାଶ ନେଇ ସାଇଟ ଇଞ୍ଜିନିୟରଙ୍କ ସହ ଆଲୋଚନା କରିବା ସହ ଧାର୍ଯ୍ୟ ସମୟ ମଧ୍ୟରେ ପ୍ରକଳ୍ପକୁ ଶେଷ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ନିର୍ମାଣ କାର୍ଯ୍ୟର ଅଗ୍ରଗତି ନେଇ ସନ୍ତୋଷ ବ୍ୟକ୍ତ କରିଛନ୍ତି 5T ସଚିବ । ୧୫ମାସ ତଳେ ଆରମ୍ଭ ହୋଇଥିବା ପ୍ରକଳ୍ପ କାର୍ଯ୍ୟ ଆସନ୍ତା ୨ମାସ ମଧ୍ୟରେ ଶେଷ ହେବ ବୋଲି ଆଶା ରହିଛି । ନିର୍ମାଣ ସ୍ଥଳରେ ଉପସ୍ଥିତ ଅଧିକାରୀ ଓ କର୍ମଚାରୀଙ୍କୁ ସେମାନଙ୍କ କଠିନ ପରିଶ୍ରମ ପାଇଁ 5T ସଚିବ ଉତ୍ସାହିତ କରିବା ସହ କମ୍‌ ସମୟ ମଧ୍ୟରେ କ୍ରୀଡାବିତ ଏଭଳି ଉଚ୍ଚସ୍ତରୀୟ ଭିତ୍ତିଭୂମି ନିର୍ମାଣ କରିଥିବାରୁ ସେମାନଙ୍କୁ ପ୍ରଶଂସା କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.