ସକାଳୁ ସକାଳୁ 5T ସଚିବଙ୍କ ଲିଙ୍ଗରାଜ ମନ୍ଦିର ପରିଦର୍ଶନ, କରିଛନ୍ତି ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା

ଭୁବନେଶ୍ବର: ଶ୍ରୀକ୍ଷେତ୍ର ପରେ ଫୋକସ୍‌ରେ ଏକାମ୍ରକ୍ଷେତ୍ର । ଆଜି ସକାଳୁ ସକାଳୁ ଲିଙ୍ଗରାଜ ମନ୍ଦିର ପରିଦର୍ଶନ କରିଛନ୍ତି 5T ସଚିବ ଭି.କେ ପାଣ୍ଡିଆନ । ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା କାରିଛନ୍ତି 5T ସଚିବ ।

ଏବେ ୮୦ ପ୍ରତିଶତ ଜମି ଅଧିଗ୍ରହଣ କାମ ସରିଥିବା ବେଳେ ନଭେମ୍ବର ସୁଦ୍ଧା ଆଉ ବିକିଥିବା ଜମି ଅଧିଗ୍ରହଣ କାମ ଶେଷ ହେବ । ଶିବରାତ୍ରୀ ପୂର୍ବରୁ ରାସ୍ତା ପ୍ରଶସ୍ତ ହେବା ନେଇ ଯୋଜନା ହେବ । ଶ୍ରଦ୍ଧାଳୁଙ୍କ ପାଇଁ ରାସ୍ତା ବିକଳ୍ପ କାମ ମଧ୍ୟ ଶେଷ ହେବ । କିଛି ଦିନ ତଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲିଙ୍ଗରାଜ ମନ୍ଦିରର ଫଟୋ ସେୟାର କରିଥିଲେ । ଆଜି 5T ସଚିବ ଭି.କେ ପାଣ୍ଡିଆନଙ୍କ ସମେତ ପୂର୍ତ୍ତ ବିଭାଗ ସଚିବ କିଶନ କୁମାର ଏବଂ ବିଏମସି କମିଶନର ପ୍ରେମଚାନ୍ଦ ଚୌଧୁରୀ ଉପସ୍ଥିତ ଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.