ଅନୁଗୋଳ ଏବଂ ଢେଙ୍କାନାଳ ଜିଲ୍ଲା ଗସ୍ତରେ 5T ସଚିବ ଭିକେ ପାଣ୍ଡିଆନ । ପ୍ରଥମେ ଅନୁଗୋଳ ସହରର ଶୈଳଶ୍ରୀକ୍ଷେତ୍ର ଯାଇ ଜଗନ୍ନାଥଙ୍କ ଦର୍ଶନ କରିଥିଲେ। ମନ୍ଦିରର ଉନ୍ନତିକରଣ ନେଇ ମନ୍ଦିର ପରିଚାଳନା କମିଟି ସହ ଆଲୋଚନା କରିଥିଲେ।
ପରେ ବୁଢୀ ଠାକୁରାଣୀ ମନ୍ଦିରରେ ପୂଜାର୍ଚ୍ଚନା ସହ ଏହାର ବିକାଶ ନେଇ ଆଲୋଚନା କରିଥିଲେ। ଅନୁଗୋଳ ଜିଲ୍ଲା ଗସ୍ତର ଦ୍ୱିତୀୟ ଦିନରେ 5T ଉପକ୍ରମରେ ରୂପାନ୍ତରିତ ଖଲାରୀ ହାଇସ୍କୁଲ ପରିଦର୍ଶନ କରି ଏହା କହିଛନ୍ତି 5T ସଚିବ ଭିକେ ପାଣ୍ଡିଆନ। 5T ରୂପାନ୍ତରଣର ସମୀକ୍ଷା କରିବା ସହ ସ୍ମାର୍ଟ କ୍ଲାସରେ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଛନ୍ତି। ପରେ ସ୍କୁଲ ଛାତ୍ରଙ୍କ ସହ ବାସ୍କେଟବଲ ଖେଳିଥିଲେ । ବାସ୍କେଟ ବଲ ଖେଳିବାର କୌଶଳ ସଂପର୍କରେ ମଧ୍ୟ ବୁଝାଇଛନ୍ତି।
ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହ ଆଲୋଚନା କରି ଛାତ୍ରଙ୍କ ଜୀବନରେ ସେମାନଙ୍କ ଭୂମିକା ନେଇ ପରାମର୍ଶ ଦେଇଥିଲେ। ପରେ ଢେଙ୍କାନାଳ ଗସ୍ତରେ ଯାଇଥିଲେ ଫାଇଭ ଟି ସଚିବ । ଢେଙ୍କାନାଳ ମେନ୍ ଷ୍ଟାଡିୟମରେ ସ୍ଥାନୀୟ ବାସିନ୍ଦାଙ୍କ ସହ ସୁବିଧା ଅସୁବିଧା ନେଇ ଆଲୋଚନା କରିବା ସହ ସେମାନଙ୍କ ଠାରୁ ଆପତ୍ତିଅଭିଯୋଗ ପତ୍ର ଗ୍ରହଣ କରିଛନ୍ତି। ଆସନ୍ତାକାଲି ଢେଙ୍କାନାଳ, କାମାକ୍ଷାନଗର, ପର୍ଜଙ୍ଗର ବିଭିନ୍ନ ସ୍ଥାନ ଗସ୍ତ କରି ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିବେ 5T ସଚିବ।
ଭୁବନେଶ୍ୱର: ଦିଲ୍ଲୀ ଯିବା ପୂର୍ବରୁ କୃଷି ବିଭାଗର ସମୀକ୍ଷା କଲେ କୃଷି ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ…
ଲୋକସଭା ନିର୍ବାଚନ ପ୍ରଚାର ସମୟରେ ପରସ୍ପରକୁ କଟାକ୍ଷ କରୁଥିବା ନେତା ସଂସଦରେ ଆଜି ଭିନ୍ନ ରୂପରେ ନଜର ଆସିଥିଲେ ।…
କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…
ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…
ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…
ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…